Videos
|
Odisha

ପ୍ୟାର୍ କେ ଲିଏ କୁଛ୍ ଭି କରେଗା...

Smruti Parija
Browse all articles by Smruti Parija
·1 year ago·2 min read
ପ୍ୟାର୍ କେ ଲିଏ କୁଛ୍ ଭି କରେଗା...

Key Points

ଗାଡି ଚୋରି କଲେ

ଚୋରି ଗାଡି ଆଣି ଥୋଇଦେଇଗଲେ

ଗାଡିରେ ଛାଡି ଦେଇଗଲେ ଚିଠି

ଗାଡି ଚୋରି ହେବା କିଛି ନୂଆ ଘଟଣା ନୁହେଁ । ଯାହାର ଗାଡି ଚୋରି ହୋଇଥାଏ ସେ କେତେ ଯେ ଟେନସନ୍ ନିଏ ସେ ନିଜେ ହିଁ ଜାଣିଥାଏ । ହେଲେ ଏ ଗାଡି ଚୋରି କଥା ଶୁଣିଲେ ଆପଣ ହସି ହସି ଗଡି ଯିବେ । ଏମିତି କି ଖୋଦ ଗାଡି ମାଲିକ ମଧ୍ୟ ନ ହସି ରହିପାରୁନାହାନ୍ତି ।


କଥା ଟା ହେଉଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତାରୁ ଏପ୍ରିଲ ୩୦ ତାରିଖ ମଧ୍ୟ ରାତ୍ରିରେ ଏକ ବାଇକ୍ ଚୋରି ହୋଇଥିଲା। ଚୋରି ସମୟର ସିସିଟିଭି ଫୁଟେଜ୍ ମଧ୍ୟ ଭାଇରାଲ ହୋଇଥିଲା । ଏ ନେଇ ବାଇକ୍ ମାଲିକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ମଧ୍ୟ କରୁଥିଲା । ଇତି ମଧ୍ୟରେ ବେଶ୍‌ କିଛି ଦିନ ବିତିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିକଟରେ ଚୋରି ହୋଇଥିବା ସ୍ଥାନରେ ବାଇକ୍ ଛିଡ଼ା ହୋଇଥିବା ମାଲିକ ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଦେଖିବା ବେଳକୁ ବାଇକ୍ ଭଲ ଅବସ୍ଥାରେ ଅଛି । ଆଉ ବାଇକ୍ ଉପରେ ଏକ ଚିଠି ରଖା ଯାଇଛି ।


ଚିଠିରେ ଲେଖା ହୋଇଛି "ସରି, ଏମିତି ନେବାର ନଥିଲା ମୋ ଗାର୍ଲଫ୍ରେଣ୍ଡର ଆକ୍‌ସିଡେଣ୍ଟ କାଲି ରାତିରେ ହୋଇଥିଲା । ମୋ ପାଖରେ ପଇସା ନଥିଲା ଓ ଜଲ୍‌ଦି ଯିବାର ଥିଲା । ତେଣୁ କରି ଆପଣଙ୍କ ବାଇକ ନେଇଥିଲି । ସେମିତି ନେବାର ନଥିଲା । କିନ୍ତୁ ସେଥ‌ିପାଇଁ ସରି । ସାନ ଭାଇ ଭାବି କ୍ଷମା କରିଦେବେ ଭାଇ।"


ଆଉ ଏହି ଚିଠିକୁ ପଢ଼ି ମାଲିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ନିଜ ସାଙ୍ଗ ସାଥିଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ସହ ତାଙ୍କ ବାଇକ୍ ଫେରି ପାଇଛନ୍ତି ଓ ସାଥିରେ ପାଇଥିବା ଚିଠି ବିଷୟରେ ପୁଲିସକୁ ସୂଚନା ଦେଇଛନ୍ତି । ହେଲେ ଏହି ଘଟଣା ବିଷୟରେ ସେ ଯାହାକୁ କହୁଛନ୍ତି ସମସ୍ତେ ହସୁଛନ୍ତି । ଏମିତି ରୋକ ଘଟଣା ଆଗରୁ କେବେ ଘଟିନଥିବାବେଳେ ଚୋରି ପରେ ବାଇକ ଫେରି ପାଇଥିବାରୁ ମାଲିକ ମଧ୍ୟ ଖୁସି ଅଛନ୍ତି ।

stolen-vehicle-found-with-a-vehicle | Argus News