Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ

Odisha

ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ

Ritu Das
Browse all articles by Ritu Das
·1 year ago·1 min read
ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ

ଅର୍ଗସ ବ୍ୟୁରୋ: ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 98 ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟାରେ ମୋଟ 22 ଲକ୍ଷ 84 ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ 22 ଲକ୍ଷ 32 ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହୋଇଛି । ଏବେ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିନି। ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତଳିଆ ଅଞ୍ଚଳରେ ପାଣି ଜମିଥିବାରୁ ବିଦ୍ୟୁତ ଯୋଗାଣ ହୋଇପାରିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୪୭୦ଟି ଆଶ୍ରୟସ୍ଥଳୀରେ ଏବେ ୩୦ ହଜାର ଲୋକ ଅଛନ୍ତି । ବାତ୍ୟା ସମୟରେ ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ଏରିୟଲ ସର୍ଭେ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା ସମେତ ଚାନ୍ଦବାଲି ସମୁଦ୍ର ତଟବର୍ତ୍ତୀ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭିକ ଆକଳନ ଅନୁସାରେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର 12 ଟି ବ୍ଲକ୍ ର 880 ଟି ଗ୍ରାମ ପଞ୍ଚାୟତ ଓ 4 ହଜାର ଏକ ଶହଟି ଗ୍ରାମରେ ପ୍ରାୟ 2 ଲକ୍ଷ 21 ହଜାର 800 ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
Storm damage | Argus News