Videos
|
Odisha

ବାତ୍ୟା 'ଦାନା'ର ପ୍ରଭାବ, ଫଟୋ କହୁଛି ଯୋଦ୍ଧାଙ୍କ କାହାଣୀ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟା 'ଦାନା'ର ପ୍ରଭାବ, ଫଟୋ କହୁଛି ଯୋଦ୍ଧାଙ୍କ କାହାଣୀ...

ଅର୍ଗସ ବ୍ୟୁରୋ:  ଓଡିଶା ଅନେକ ବାତ୍ୟା ଦେଖିଛି। ଏହି ବାତ୍ୟା ତାହା ପାଇଁ କିଛି ନୂଆ ନୁହେଁ। ହେଲେ ଗୋଟିଏ ପରେ ଗୋଟିଏ ବାତ୍ୟା ଓଡିଶା ମୁହାଁ ହୋଇଛି। ଅନେକ କିଛି କ୍ଷୟକ୍ଷତି କରିଛି ଏବଂ ଓଡିଶା ପରେ ମୁଣ୍ଡ ଟେକି ଛିଡା ମଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ସର୍ବଦା ଆମ ସୁରକ୍ଷାରେ ଥାନ୍ତି କିଛି ଏଭଳି ଯୋଦ୍ଧା ଯାହାଙ୍କୁ ଆମେ ଯେତେ ପ୍ରଶଂସା କଲେ ବି ତାହା କମ। ଠିକ ଏଭଳି କିଛି ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି। ବାତ୍ୟାର ବାସ୍ତବ ଯୋଦ୍ଧା । ଧାମରାରେ କୁନି କୁନି ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ପୋଲିସ କର୍ମୀ ।

 

ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା । ଧାମରାରେ କିଛି କୁନି କୁନି ପିଲା ଫସିଯାଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । NDRF ଓ ଓଡରାଫ୍ ଟିମ୍ ମୁତୟନ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର ।

 

 

Storm 'Dana' impact, photos tell warrior's story... | Argus News