Sad Story / ଗଛ ଉପରେ ଚଢି ଗଛର ଡାଳ କାଟୁଥିଲେ, ହେଲେ ଗଛରେ ବୋଧେ ଛକି ବସିଥିଲା ଯମ

Key Points
ଡାଳ କାଟୁ କାଟୁ ତାଙ୍କ ଉପରେ ଲଦି ହୋଇଗଲା ଆଉ ଏକ ଗଛ
ଗଛ ସନ୍ଧିରେ ଚାପି ହୋଇ ୩୦ ଫୁଟ୍ ଉପରେ ୩ ଘଣ୍ଟା ଧରି ଝୁଲିରହିଲେ
ଶେଷରେ ସବୁଦିନ ପାଇଁ ଆଖିବୁଜିଦେଲେ..
ଗଛ ଉପରେ ଚଢି ଗଛର ଡାଳ କାଟୁଥିଲେ । ହେଲେ ଗଛରେ ବୋଧେ ଛକି ବସିଥିଲା ଯମ । ଡାଳ କାଟୁ କାଟୁ ତାଙ୍କ ଉପରେ ଲଦି ହୋଇଗଲା ଆଉ ଏକ ଗଛ । ଗଛ ସନ୍ଧିରେ ଚାପି ହୋଇ ୩୦ ଫୁଟ୍ ଉପରେ ୩ ଘଣ୍ଟା ଧରି ଝୁଲିରହିଲେ ଯୁବକ । ଶେଷରେ ସବୁଦିନ ପାଇଁ ଆଖିବୁଜିଦେଲେ...
📱 Get Argus News App
✨ଉଦଳା କପ୍ତିପଦା ଥାନା ବିଶୋଳ ଗ୍ରାମରେ ଘଟିଥିବା ଏ ଘଟଣା ସମସ୍ତଙ୍କୁ ଆଚମ୍ୱିତ କରିଛି । ଦୀର୍ଘ ଦିନ ଧରି ଘରବାଡିରେ ଥିବା ଆମ୍ବ ଗଛର ଡାଳ କାଟିବାକୁ ବାହାରିଥିଲେ ଗ୍ରାମର ସୋମନାଥ ବେହେରା । ହେଲେ ଆମ୍ବ ଗଛର ଡାଳ କାଟିବା ପରେ ହଠାତ ସେହି ଗଛ ଉପରେ ଆଉଜି ହୋଇ ରହିଥିବା ଏକ ବଡ଼ ତେନ୍ତୁଳି ଗଛ ଅଚାନକ ଖସିଥିଲା । ଆଉ ତେନ୍ତୁଳି ଗଛଟି ସୋମନାଥଙ୍କ ଉପରେ ଚାପି ହୋଇ ରହିଥିଲା । ବେକ ଉପରେ ଏମିତି ଚାପି ହୋଇରହିଥିଲା ଯେ, ସେ ସେଠାରୁ ହଲି ପାରିଲେନି କି ସେଠାରୁ ମୁକୁଳିପାରିଲେନି । ନିଜକୁ ବଞ୍ଚାଇବା ପାଇଁ ବହୁତ ସମୟ ସଂଘର୍ଷ କଲେ । ଗଛ ତଳେ ବି ଗାଁ ଲୋକ ରୁଣ୍ଢ ହେଇଗଲେ । ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ । ହେଲେ ପ୍ରାୟ ୩୦ ଫୁଟ୍ ଉପରେ ସେ ଏହି ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ ଗାଁ ଲୋକେ ।
କପ୍ତିପଦା ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଢେଇ ଘଣ୍ଟାର ପରିଶ୍ରମ ପରେ ସୋମନାଥଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ତୁରନ୍ତ ସିପିଆର୍ ମଧ୍ୟ ଦେଇଥିଲେ । ହେଲେ ସେହି ଆମ୍ବ ଗଛରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ସୋମନାଥଙ୍କ ପାଇଁ ଘର ପରିବାର ଠାରୁ ଆରମ୍ଭ କରି ପୁରା ଗାଁ କାନ୍ଦୁଛି । ସମସ୍ତଙ୍କ ମନରେ ଗୋଟିଏ କଥା ମୃତ୍ୟୁ କଣ ସତରେ ଏମିତି ଆସେ...ବୋଧେ ତା' ମୃତ୍ୟୁ ସେହି ଗଛ ଉପରେ ଲେଖାହେଇଥିଲା...
Related Topics
Explore more stories