ପରକିଆ ପ୍ରୀତି ନେଲା ଜୀବନ, ପୋଲିସର ତଦନ୍ତ ଜାରି

Key Points
ପରକିଆ ପ୍ରେମ ହେଲା କାଳ
ପ୍ରେମିକକୁ କଟୁରୀରେ ହାଣିଲେ ସ୍ବାମୀ ଓ ତାର ଭାଇ
ପୋଲିସର ତଦନ୍ତ ଜାରି
ପରକିଆ ପ୍ରେମ କରିବା ହେଲା କାଳ । ପ୍ରେମିକକୁ କଟୁରୀରେ ହାଣିଲେ ସ୍ବାମୀ ଓ ତାର ଭାଇ । ଅନୁଗୋଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗାଁରେ ଅଭାବନୀୟ ଘଟଣା । ରକ୍ତାକ୍ତ ଅବସ୍ଥାରେ ବାବାଜୀ ନାଏକ ମେଡିକାଲରେ ଭର୍ତ୍ତି ଡାକ୍ତର କଲେ ମୃତ ଘୋଷଣା । ସୂଚନା ଯେ, ମସୁଣିହତା ଗାଁ ବାବାଜୀ ନାଏକ ତାଙ୍କୁ ଛାଡି ୨ଟି ସ୍ତ୍ରୀ ପଳେଇ ଯାଇଥିବା ବେଳେ ସେ କାକୁଡିଆ ଗାଁ ବିଭୂତି ନାଏକଙ୍କ ସ୍ତ୍ରୀ ରିଙ୍କି ନାଏକଙ୍କ ସହ ପରକିଆ ପ୍ରେମରେ ରହି ତାଙ୍କୁ ପ୍ରଥମେ ନିଜ ଘରକୁ ଆଣି ରଖିଥିଲେ । ଥାନାରେ କେସ୍ ହେବା ପରେ ରିଙ୍କି ନାଏକ ସ୍ବାମୀ ଘରକୁ ଫେରି ଯାଇଥିଲା ।
ହେଲେ ୭ମାସ ହେବ ପୁଣି ବାବାଜୀ ସେହି ରିଙ୍କି ନାଏକଙ୍କୁ ଆଣି ଘରେ ରଖିଥିବା ବେଳେ ସ୍ବାମୀ ବିଭୂତି ଓ ତାଙ୍କ ସହଯୋଗୀ ଭୋଳା ଗତକାଲି ରାତିରେ ବାବାଜୀ ଘରେ ଶୋଇଥିବା ସମୟରେ କଟୁରୀରେ ହାଣି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ବାବାଜୀ ଗୁରୁତର ଅବସ୍ଥାରେ କଣିହାଁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଶବ ଜବତ କରି ଛାନଭିନ୍ ଜାରି ରଖିଛି ।