Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଫସଲ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

Odisha

ମଫସଲ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

Smruti Parija
Browse all articles by Smruti Parija
·1 year ago·1 min read
 ମଫସଲ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ

ବରଗଡ: ଷ୍ଟ୍ରବେରୀ କରିଛି ସ୍ୱାବଲମ୍ବୀ । ଧାଡି ଧାଡି ହୋଇ ଲାଗିଛି ଷ୍ଟ୍ରବେରୀ ଗଛ । ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ । ଆଉ ଏହି ଷ୍ଟ୍ରବେରୀ ଚାଷ କରି ମଫସଲ ଗାଁର ମହିଳା ହୋଇଛନ୍ତି ସ୍ୱାବଲମ୍ୱୀ ।


ବରଗଡ ପଦ୍ମପୁର ସବ୍ ଡ଼ିଭିଜନ ପାଇକମାଳ ବ୍ଲକ ଅନ୍ତର୍ଗତ କର୍ମେଲାବାହାଲ ମହିଳା ଚାଷୀ ଝରଣା ସାହୁ । ସ୍ବାମୀ, ଶ୍ୱଶୁର, ଝିଅ ପୁଅକୁ ନେଇ ଛୋଟ ପରିବାର । ଚାଷ କରି ଦି ପଇସା ରୋଜଗାର କରି ସ୍ବାବଲମ୍ବୀ ଚାଷୀ ଭାବେ ବେଶ ପରିଚିତ । ଏହାସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର MBK ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି । ପନିପରିବା ଚାଷ ସହ ଆମ୍ବ, ସଜନା ଚାଷ ମଧ୍ୟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏ ବର୍ଷ ସେ ପ୍ରଥମ କରି ଷ୍ଟ୍ରବେରୀ ଚାଷ କରି ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ଷ୍ଟ୍ରବେରୀ ଚାଷ କରି ଲାଭାନ୍ୱିତ ହେଉଥିବା ନେଇ ବେଶ ଖୁସି ଅଛନ୍ତି । ଆସନ୍ତା ବର୍ଷ ଆହୁରି ଅଧିକାଂଶ ଷ୍ଟେବେରୀ ଚାଷ କରିବାକୁ ଏବେ ଠାରୁ ପ୍ରସ୍ତୁତ ଥିବା କହିଛନ୍ତି । ମାର୍କେଟରେ ଅଧିକ ଚଢା ଦର ରହିଛି । କିନ୍ତୁ ଝରଣା କମ୍ ଦରରେ ଲୋକଙ୍କୁ ଦେଇ ଅଧିକ ଖୁସି ଅନୁଭବ କରୁଛନ୍ତି । ଅମଳ ଷ୍ଟ୍ରବେରୀକୁ ତାଙ୍କୁ କୌଣସି ଆଡ଼କୁ ବିକ୍ରି କରି ନେବାକୁ ପଡୁ ନ ଥିବାବେଳେ ତାଙ୍କ ଘରେ ବସି ପ୍ରାୟ 300 ଟଙ୍କାରେ ବିକ୍ରି କରି ଦେଉଥିବା କହିଛନ୍ତି ଝରଣା । ସ୍ବାମୀ ବି ଜଣେ ଚାଷୀ ହେତୁ ନିଜେ ମଧ୍ୟ ଚାଷ କାର୍ଯ୍ୟ କରି ସ୍ବାବଲମ୍ବୀ ହୋଇପାରିବା ଆଶା ବ୍ୟକ୍ତ କରି ସମାଜ ତଥା ଅନ୍ୟ ମାନଙ୍କ ପାଇଁ ଦିଗଦର୍ଶନ ଦେବା ସହ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି ।

Sponsored
strawberry-farming-has-made-a-women-self-reliant | Argus News