Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Stray Dog / ପୁରୀରେ ବୁଲା କୁକୁରଙ୍କ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ପୁରୀରେ ବୁଲା କୁକୁରଙ୍କ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି

Key Points

ପୁରୀ ସହରରେ ବୁଲା କୁକୁରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଭୟଭୀତ ଅବସ୍ଥାରେ ପୁରୀ ସହରବାସୀ ।

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ ପରେ ପୁରୀରେ ବନ୍ଧ୍ୟାକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଉଠିଲା ଦାବି । ପୁରୀ ସହରରେ ବୁଲା କୁକୁରଙ୍କ ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବୁଲା କୁକୁରଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଥିବା ବେଳେ ଲୋକେ କୁକୁର କାମୁଡ଼ାର ଶିକାର ହେଉଛନ୍ତି । ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି କୁକୁର ବନ୍ଧ୍ୟାକରଣ ପାଇଁ ଟେଣ୍ଡର କରାଯାଇଛି । ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା ।

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦେଇଛନ୍ତି ବଡ଼ ନିର୍ଦ୍ଦେଶ । ଶିକ୍ଷାନୁଷ୍ଠାନ, ସମ୍ବେଦନଶୀଳ ଅଞ୍ଚଳ, ହସ୍ପିଟାଲ, ଜାତୀୟ ରାଜପଥ, ବସଷ୍ଟାଣ୍ଡ, ରେଳଷ୍ଟେସନ, ବେଳାଭୂମି ଆଦି ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସର୍ବୋଚ୍ଚ ଅଦାଲତ କହିବା ପରେ ପୁରୀରେ ଏହାକୁ ନେଇ ପ୍ରକାଶ ପାଇଛି ପ୍ରତିକ୍ରିୟା । ପୁରୀ ସହରରେ ବୁଲା କୁକୁରଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭୟଭୀତ ଅବସ୍ଥାରେ ପୁରୀ ସହରବାସୀ । ଛୋଟ ପିଲାଙ୍କୁ ଏକୁଟିଆ ସ୍କୁଲ ଓ ଟିଉସନ ଛାଡ଼ିବାକୁ ଅଭିଭାବକମାନେ ଭୟ କରୁଛନ୍ତି । ପୁରୀ ପୌରପାଳିକାରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି ସହରବାସୀ।

ପୁରୀକୁ ଆସୁଥିବା ପର୍ଯ୍ୟଟକ ବି ବୁଲା କୁକୁରଙ୍କ କାମୁଡ଼ାର ଶିକାର ହେଉଛନ୍ତି । ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କୁକୁର ବନ୍ଧ୍ୟାକରଣ ପାଇଁ ସ୍ପେଶାଲିଷ୍ଟ ଡାକ୍ତର ନଥିବାରୁ କୁକୁର ବନ୍ଧ୍ୟାକରଣ କାମ ହୋଇପାରୁନାହିଁ। ତେବେ ପୌରପାଳିକା ପକ୍ଷରୁ ଟେଣ୍ଡର କରାଯାଇଛି । ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ କାର୍ଯ୍ୟ କରାଯିବ।

ପର୍ଯ୍ୟଟନ ସହର ପୁରୀର ଗଳିକନ୍ଦିରେ ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢୁଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ପୁରୀରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Stray Dog | Stray dogs in Puri need sterilization | Argus News