Street Carnival / ରାଜଧାନୀରେ ଷ୍ଟ୍ରିଟ୍ କାର୍ନିଭାଲ

Key Points
ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ରାଜଧାନୀବାସି ।
ରାଜଧାନୀରେ ଆୟୋଜିତ ହେଉଛି ଷ୍ଟ୍ରୀଟ କାର୍ନିଭାଲ ।
ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ନିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ରବିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଏଥିରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି । ଶୀତୁଆ ସକାଳର ମଜ୍ଜା ନେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ଉପଭୋଗ କଲେ ଲୋକେ ।
ଦୁଲୁକିବ ରାଜଧାନୀ, ଝୁମିବେ ଜନତା । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ରାଜଧାନୀବାସି । ଶୀତୁଆ ସକାଳେ ନାଚ ଗୀତର ମଜ଼ା ନେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ପ୍ରଥମ ଥର ପାଇଁ ରାଜଧାନୀରେ ଆୟୋଜିତ ହେଉଛି ଷ୍ଟ୍ରୀଟ କାର୍ନିଭାଲ । ଶୀତୁଆ ପାଗରେ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଆରକିଟେକ ଓ ବିଏମସି ସହଭାଗିତାରେ ରାଜରାସ୍ତାରେ ଦେଖିବାକୁ ମିଳିଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ।
ମାଷ୍ଟର କ୍ୟାଣ୍ଟିନ୍ ରୁ ଶ୍ରୀୟା ଟ୍ରାଫିକ ପର୍ଯ୍ୟନ୍ତ ରାସ୍ତାର ଗୋଟେ ପାର୍ଶ୍ୱରେ ପ୍ରଦର୍ଶିତ ହେଉଛି । କେଉଁଠି ନାଚ ଗୀତର ଆଶର ସାଙ୍ଗକୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ , ରାଜ୍ୟର ୭ଟି କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିବା ବେଳେ ନିଜେ ପ୍ରସ୍ତୁତ କରିଥିବା ସୁନ୍ଦର ସୁନ୍ଦର ସାମଗ୍ରୀକୁ ବି ସେମାନେ ପ୍ରଦର୍ଶିତ କରୁଛନ୍ତି।
ସେପଟେ ଓଡ଼ିଆର ହଜି ଯାଉଥିବା କଳା ସଂସ୍କୃତି ପରମ୍ପରାକୁ ବି ସ୍ଥାନ ଦିଆଯାଇଛି, ଯାହାକୁ ଦେଖିବାକୁ ଜମିଛି ଲୋକଙ୍କ ଭିଡ଼ । ବିଭିନ୍ନ ପ୍ରକାର ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ସହ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ପସରା ଦେଖିବାକୁ ମିଳିଛି । ଅନ୍ୟ ପଟେ ବିଏମ୍ସି କମିଶନର କହିଛନ୍ତି ଡିସେମ୍ବର ଶେଷରେ ଗୋଟେ ଏବଂ ଜାନୁୟାରୀ ଆରମ୍ଭରେ ୨ଟି ପଥ ଉତ୍ସବ ବିଏମ୍ସି ଆୟୋଜନ କରିବାକୁ ଯାଉଛି ।
ଏହି ମେଳା ମାଷ୍ଟର କ୍ୟାଣ୍ଟିନ ଛକରୁ ଗିରିଦୁର୍ଗା ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଛି । ଥ୍ରୀଡି ଆର୍ଟ, ଜୁମ୍ବା, ଲାଇଭ୍ ମ୍ୟୁଜିକ୍, ଡ୍ୟାନ୍ସ, ବିଭିନ୍ନ ପ୍ରଦର୍ଶନ, ଆର୍କିଟେକ୍ଟଙ୍କ ଦ୍ୱାରା ଘରର ସୌନ୍ଦର୍ଯ୍ୟକରଣ, ବର୍ଜ୍ୟରୁ ପ୍ରସ୍ତୁତ ଶ୍ରେଷ୍ଠ ଫ୍ୟାସନ ଡିଜାଇନ୍ ସୋ, ବିଭିନ୍ନ ପେଣ୍ଟିଂ କଳା ଆଦି ପ୍ରଦର୍ଶିତ ହୋଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଛନ୍ତି ଦର୍ଶକ । ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁଙ୍କଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭରପୁର କାର୍ଯ୍ୟକ୍ରମ ହୋଇଥିଲା । ଏହି ଷ୍ଟ୍ରିଟ୍ କାର୍ନିଭାଲରେ ସାଂସ୍କୃତିକ ସହ ଅନେକ ଜାଣିବା କଥା ଲାଭ କରିବାକୁ ମିଳିଛି।
📱 Get Argus News App
✨Related Topics
Explore more stories