Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ

Odisha

ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ

Rashmita Mishra
Browse all articles by Rashmita Mishra
·1 year ago
ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ

ଅର୍ଗସ ବ୍ୟୁରୋ: ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଏକଲପୁର ଗାଁରେ ତାତିଲେ ମହିଳା । ଗରା ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ଏକଲପୁର ଗାଁରେ 5 ବର୍ଷରୁ ଅଧିକ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । ଗାଁରେ ପାଣିଟାଙ୍କି ଓ ପୋଖରୀ ଥାଇ ମଧ୍ୟ ସବୁ ଦିନ ପାଣି ମିଳୁନଥିବା ଅଭିଯୋଗ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ଫଳାଫଳ ମିଳୁନାହିଁ । ଶେଷରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ଜଣାଇଛନ୍ତି ଶତାଧିକ ମହିଳା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Street protests for water | Argus News