ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ
·1 year ago·1 min read

Key Points
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଚିଠି । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ, ଯୋଗାଣ, ପରିବହନ ଏବଂ ସଂରକ୍ଷଣ ନିଷେଧ । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ, ଡିଜେଲ - ପ୍ଲାଷ୍ଟିକ୍ ବୋତଲ ଓ ଅନୁମୋଦିତ ନ ଥିବା ପାତ୍ରରେ ବିକ୍ରି ଓ ପରିବହନ କରାଯାଉଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଜିଲ୍ଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ କଡ଼ା ପ୍ରବର୍ତ୍ତନ ନିର୍ଦ୍ଦେଶ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ଯେଉଁଭଳି ଭାବରେ ରାଜ୍ୟରେ ପେଟ୍ରୋଲ ଦ୍ୱାରା ଆତ୍ମାହତ୍ୟା ଘଟଣା ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଉଛି। ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇଛି। ଏଣିକି ଆଉ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦିଆଯିବ ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: