Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଜବ ତଥ୍ୟ ଉଡାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ :+୨ ପରୀକ୍ଷା

Rashmita Mishra
Browse all articles by Rashmita Mishra
·1 year ago·2 min read
 ଗୁଜବ ତଥ୍ୟ ଉଡାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ :+୨ ପରୀକ୍ଷା

Key Points

ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା
ପରୀକ୍ଷା ପୂର୍ବରୁ ପ୍ରସ୍ତୁତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଏଥର ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
ପାଞ୍ଚ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା ଉପରେ ଗୁରୁତ୍ବ
ପ୍ରଶ୍ନପତ୍ର ଭାଇରାଲ ଗୁଜବକାରୀଙ୍କୁ CHSEର ତାଗିଦ
ଗୁଜବ ତଥ୍ୟ ଉଡାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେବେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। ୨୦୫ ପରୀକ୍ଷା ପରିଚାଳନା ହବ ସହ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯିବ। କଳାରେ ୨ ଲକ୍ଷ ୪୭ ହଜାର ୩୯୧, ବାଣିଜ୍ୟରେ ୨୫ ହଜାର ୫୨୬, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦ ଏବଂ ଧନ୍ଦାମୂଳକରେ ୫ ହଜାର ୭୨୧ ପିଲା ପରୀକ୍ଷା ଦେବେ। ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ। ୧୯ ତାରିଖରେ ଉଭୟ କଳା ଓ ବାଣିଜ୍ୟ ଏବଂ ୨୦ ତାରିଖରେ ପରୀକ୍ଷା ଦେବେ ଧନ୍ଦାମୂଳକ ପରୀକ୍ଷାର୍ଥୀ।


ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ। ପରୀକ୍ଷା କେନ୍ଦ୍ର ଭିତରକୁ ୩୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ମିଳିବ ଏଣ୍ଟ୍ରି। ପିଲାମାନଙ୍କର ଏଣ୍ଟ୍ରି ପୂର୍ବରୁ କପି ରୋକିବା ପାଇଁ ସ୍ବତନ୍ତ୍ର ଭାବେ ଚେକିଂ କରାଯିବ। ଏହା ସହ ମୋବାଇଲ, ଅତ୍ୟାଧୁନିକ ଇଲେକ୍ଟ୍ରନିକ ଉପକରଣ ଯେମିତିକି ସ୍ମାର୍ଟ ଘଣ୍ଟା, ବ୍ଲୁ-ଟୁଥ କିମ୍ବା ଅନ୍ୟ କୌଣସି ଉପକରଣ ନେଇ ପରୀକ୍ଷା କେନ୍ଦ୍ର ଭିତରକୁ ଯାଇପାରିବେ ନାହିଁ ପରୀକ୍ଷାର୍ଥୀ। ସେପଟେ ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ସ୍ଵଛତା ରଖିବା ପାଇଁ କଡାକଡ଼ି ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ।


ଫେବୃଆରୀ ମାସରେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ପ୍ରତି ପରୀକ୍ଷା କେନ୍ଦ୍ରରେ ପାଣି ବ୍ୟବସ୍ଥା ସହ ORSର ମଧ୍ୟ ବ୍ୟବସ୍ଥା କରାଯିବ। ପ୍ରତି ହଲରେ ପଙ୍ଖା ରହିବା ନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି। ସାଧାରଣ ପିଲାଙ୍କ ପାଇଁ ୩ ଘଣ୍ଟା ପରୀକ୍ଷା ସମୟ ହୋଇଥିବା ବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ୪ ଘଣ୍ଟା ପରୀକ୍ଷା ଦେବେ। ସେହିପରି ସ୍ବତନ୍ତ୍ର ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ ସ୍କ୍ରାଇବ ରାଇଟର ଲେଖିବେ ସେମାନଙ୍କ ପାଇଁ ମଧ୍ୟ ୪ ଘଣ୍ଟା ସମୟ ରହିବ। ୨୨ଟି ସିଟିଂର ପରୀକ୍ଷା ମାର୍ଚ୍ଚ ୨୭ରେ ସରିବ। ଏନେଇ ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି। ଛାତ୍ରଛାତ୍ରୀ ପରୀକ୍ଷାକୁ ସାମ୍ନା କରିବାକୁ ବେଶ ପ୍ରସ୍ତୁତ ଥିବା କହିଥିବା ବେଳେ କଲେଜ କୃତପକ୍ଷ ମଧ୍ୟ ପରୀକ୍ଷା ପରିଚାଳନା ପାଇଁ ବେଶ ତତ୍ପର ରହିଛନ୍ତି।

ଚଳିତ ଥର ପରୀକ୍ଷା ପରିଚାଳନାକୁ ତ୍ରୁଟିମୁକ୍ତ କରିବା ପାଇଁ ବେଶ ଚେଷ୍ଟା କରାଯାଉଥିବା ବେଳେ ବୋର୍ଡ ଅଫିସରେ ରହିବ ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲ ରୁମ। ସବୁ ପରୀକ୍ଷା କେନ୍ଦ୍ରର ମନିଟରିଂ କରିବାକୁ ସହଜ ହେବା ସହ ଶୃଙ୍ଖଳା ସହ ସରିବ ପରୀକ୍ଷା ପର୍ବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strict action may be taken against those who spread rumors and facts: +2 exam | Argus News