Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PUCC / ଆସନ୍ତାକାଲି ଠାରୁ କଡ଼ାକଡ଼ି ହେବ ଯାଞ୍ଚ: ସାର୍ଟିଫିକେଟ ନଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

Rashmita Mishra
Browse all articles by Rashmita Mishra
·3 months ago·2 min read
ଆସନ୍ତାକାଲି ଠାରୁ କଡ଼ାକଡ଼ି ହେବ ଯାଞ୍ଚ: ସାର୍ଟିଫିକେଟ ନଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା
PUCC

Key Points

ଅମାନିଆଙ୍କୁ ଆଉ ନିସ୍ତାର ନାହିଁ
ସରିଲା ରାଜ୍ୟ ସରକାର ଦେଇଥିବା ଡେଡଲାଇନ୍
ଆସନ୍ତାକାଲିଠୁ PUCC ନଥିଲେ ନିସ୍ତାର ନାହିଁ
ଏପ୍ରିଲ ପହିଲାରୁ କଡ଼ାକଡ଼ି ହେବ ଯାଞ୍ଚ
ସାର୍ଟିଫିକେଟ ନଥିଲେ ଅମାନିଆଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ସରିଲା ଡେଡଲାଇନ... ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଯାଞ୍ଚ । ଅମାନିଆଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତେବେ ସାବଧାନ ହୋଇଯାଆନ୍ତୁ । ଏପ୍ରିଲ ୧ ଅର୍ଥାତ ଆସନ୍ତାକାଲି ଠାରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫିକେଟ୍‌କୁ ନେଇ ଆରମ୍ଭ ହେବାକୁ ଯାଉଛି ଜୋରଦାର ଧରପଗଡ଼।

ଚାଳକଙ୍କ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବାଧ୍ୟତାମୂଳକ । ଏହା ନଥିଲେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଏବଂ ପେଟ୍ରୋଲ ପମ୍ପରେ ତେଲ ମିଳିବାରେ ଅସୁବିଧା ହୋଇପାରେ । ସାର୍ଟିଫିକେଟ ନଥିଲେ ଅମାନିଆଙ୍କୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା ।

ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ‎ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ ‎।

ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି ।

ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ‎କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକି PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ସରକାର । କିନ୍ତୁ ଆସନ୍ତାକାଲିଠୁ PUCC ନଥିଲେ ଆଉ ନିସ୍ତାର ନାହିଁ ।

ଏପର୍ଯ୍ୟନ୍ତ ରାଜ୍ୟରେ ୩୫ ଲକ୍ଷ ଗାଡ଼ି PUC ରିନ୍ୟୁ କରିନାହାନ୍ତି. ଆଜି ଯାଏଁ ୬୦,୦୩,୪୮୯ ଗାଡି PUC ରିନ୍ୟୁ କଲେଣି. ରାଜ୍ୟରେ ଏବେ ମୋଟ୍ ୧୩୦୫ଟି ଟେଷ୍ଟିଂ ସେଣ୍ଟର ରହିଛି. ଏଗୁଡ଼ିକରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଗାଡ଼ିର ଟେଷ୍ଟିଂ ହେଉଛି. OTS ସ୍କିମ ଅଧିନରେ ଏ ପର୍ଯ୍ୟନ୍ତ ୧୩୦ କୋଟି ଟଙ୍କା ସଂଗ୍ରହ କରାଯାଇଛି. ଏ ପର୍ଯ୍ୟନ୍ତ ୭ ଲକ୍ଷ ପେଣ୍ଡିଂ ଚାଲାଣ କ୍ଲିୟର କରାଯାଇଛି.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PUCC | Strict Checking from Tomorrow: No Certificate Means Heavy Fine | Argus News