ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡ଼ା କଟକଣା

Key Points
ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡ଼ା କଟକଣା
ସନ୍ଧ୍ୟା 5ଟା 30 ମିନିଟ ପରେ ରହିବେ ନାହିଁ ମହିଳା କର୍ମଚାରୀ
ନୂଆ SOP ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନିୟମ
ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡ଼ା କଟକଣା । ସନ୍ଧ୍ୟା 5ଟା 30 ମିନିଟ ପରେ ରହିବେ ନାହିଁ ମହିଳା କର୍ମଚାରୀ । ନୂଆ SOP ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନିୟମ । ପ୍ରତିଦିନ ସନ୍ଧ୍ୟା 5ଟା 30 ପରେ କ୍ୟାମ୍ପସ ଛାଡ଼ିବାକୁ ପଡ଼ିବ । ଏନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
ବାଲେଶ୍ଵର FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା । ରାଜ୍ୟ ସରକାରଙ୍କ ୫ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠନ ଏବଂ ମହିଳା ନିର୍ଯାତନା ସମ୍ପର୍କିତ ତଥ୍ୟ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଅଧୀନ ସମସ୍ତ କାର୍ଯ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ, ସେବାଶ୍ରମ ବିଦ୍ୟାଳୟ, ଛାତ୍ରାବାସ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ‘କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉପୀଡ଼ନ ନିରୋଧ, ନିଷେଧ ଏବଂ ନିରାକରଣ ଅଧିନିୟମ-୨୦୧୩କୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।