Videos
|
Odisha

ମାଟି କାମୁଡି ପଡ଼ିଛି କୋଟି କୋଟି ଖର୍ଚ୍ଚ ବ୍ୟୟରେ ଜଗନ୍ନାଥ ବନୀକରଣ ପ୍ରକଳ୍ପ 

Smruti Parija
Browse all articles by Smruti Parija
·2 years ago·2 min read
ମାଟି କାମୁଡି ପଡ଼ିଛି କୋଟି କୋଟି ଖର୍ଚ୍ଚ ବ୍ୟୟରେ ଜଗନ୍ନାଥ ବନୀକରଣ ପ୍ରକଳ୍ପ 

ପୁରୀ: ଅଚଳାଚଳ ସମ୍ପତ୍ତିର ମାଲିକ ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥ । ତାଙ୍କ ରଥଯାତ୍ରା ବିଶ୍ଵର ସବୁଠାରୁ ବଡ଼ ଯାତ୍ରା । ରଥଯାତ୍ରା ପାଇଁ ପ୍ରତିବର୍ଷ ଆବଶ୍ୟକ ୯ ଶହ ପାଖାପାଖି କାଠ । ହେଲେ ଯେତିକି ସଂଖ୍ୟାରେ କାଠ ଆବଶ୍ୟକ ,ସେତକ ପୂରଣ ପାଇଁ ଦାତାଙ୍କ ବାରିରୁ ଦାନ ଉପରେ ଏବେ ବି ନିର୍ଭରଶୀଳ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ।୨୪ ବର୍ଷ ସରକାରରେ ରହି,ଜଗନ୍ନାଥଙ୍କ ନାମରେ ରାଜନୀତି କରୁଛନ୍ତି ସରକାର । ହେଲେ ଏଯାଏଁ ବି କରି ପାରିଲେନି ଉପଯୁକ୍ତ ବନୀକରଣ ।

ଆଗାମୀ ଦିନରେ କାଠ ସଙ୍କଟ ପୂରଣ କେମିତି ହେବ । ବିଶ୍ଵ ବ୍ରହ୍ମାଣ୍ଡ ମାଲିକଙ୍କ ରଥ ନିର୍ମାଣ ପାଇଁ ଦାନ କାଠକୁ ଅପେକ୍ଷା କରିବା କେତେଦିନ ଯାଏଁ ସମ୍ଭବ । ବନ ବିଭାଗ ଅଧିକାରୀଙ୍କ ସ୍ପଷ୍ଟିକରଣ ଅନୁଯାୟୀ ବନ ପ୍ରକଳ୍ପ ଅନ୍ତର୍ଗତ ଗଛ ଲାଗିଛି । ତାହା ପୁଣି ଉପଯୁକ୍ତ ଅର୍ଥାତ ୬ ଫୁଟ୍ ଗୋଲେଇ ଓ ୪୦ ଫୁଟ୍ ଲମ୍ବ ହେବାକୁ ୭୦ ବର୍ଷ ଲାଗିଯିବ । ସେବେ ଯାଏଁ କଣ ମଗାଯଚାରେ ଚାଲିବ ତ ରଥ ନିର୍ମାଣ । ଆଗାମୀ ୨୦ ବର୍ଷ ଯାଏଁ କାଠ ମିଳିଯିବ ବୋଲି ବି ସେ ପ୍ରତିକ୍ରିୟା ରଖିଛନ୍ତି । 

ତେବେ ୨୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ କେମିତି ଚାଲିବ ବିଶ୍ୱନିଅନ୍ତାଙ୍କ ରଥ ନିର୍ମାଣ । ରଥକାଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କୁହନ୍ତି ଯୋଉଠି ହେଲେ ବି ଦାତାଙ୍କ ବାରିରୁ ସଂଗ୍ରହ ହୋଇ ଆସିବ କାଠ । ତେବେ ପ୍ରଶ୍ନ ଦାନକୁ ଅପେକ୍ଷା କାହିଁକି । ବିକ୍ରି ହେଉଛି ଖାଲି ପଡ଼ିଥିବା ଜଗନ୍ନାଥ ଜମି । ହେଲେ ଗଛ ଲଗାଇବାରେ ଆନ୍ତରିକତାର ଅଭାବ କାହିଁକି ?

ଚଳିତ ବର୍ଷ ବି ଏଯାବତ୍ ବି ରଥ ଖଳାରେ ପହଞ୍ଚି ପାରିନି ଫାଶୀ କାଠ । ଗୟଳ ଓ ଦଣ୍ଡା ପାଇଁ ଆବଶ୍ୟକ ଧଉରା ଓ ଅସନ କାଠ ରଥ ଖଳାରେ ପହଞ୍ଚିଥିବା ବେଳେ ତୁମ୍ବ ପାଇଁ ଆବଶ୍ୟକ ଫାଶୀ କାଠ ପାଇଁ ଦାତା ଯୋଗାଡ ହୋଇଛନ୍ତି । ରଥକାଠ ପାଇଁ ପ୍ରତ୍ୟେକ ବର୍ଷ ୯୦୦ ପାଖାପାଖି କାଠର ଆବଶ୍ୟକତା ରହିଥାଏ । ହେଲେ ଶ୍ରୀମନ୍ଦିର ପ୍ରଶାସନ ୭୦ ବର୍ଷ ତଳୁ ଶ୍ରୀମନ୍ଦିର ଦାୟିତ୍ଵ ନେଇଥିବା ବେଳେ ଉପଯୁକ୍ତ ବନୀକରଣ କରିବା ପଦକ୍ଷେପକୁ ମନ ବଳାଇ ପାରିନାହିଁ କାହିଁକି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ୨୦୦୦ ମସିହାରୁ କ୍ରମେ ଚାଲି ଆସୁଥିବା ଜଗନ୍ନାଥ ବନ ପ୍ରକଳ୍ପ ବି ବିଭିନ୍ନ ଜିଲ୍ଲାରେ ମାଟି କାମୁଡି ପଡ଼ିଛି । କୋଟି କୋଟି ଖର୍ଚ୍ଚ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଏଯାବତ୍ କାଠ ଅଭାବ ପୁରଣ ପାଇଁ କୌଣସି ଆଶା ସଞ୍ଚାର କରିପାରିନାହିଁ ।୨୪ ବର୍ଷର ସ୍ଥିର ସରକାର ବି ଏ ଦିଗରେ ସ୍ଥିର ନିଷ୍ପତ୍ତି ନେବାରେ ବିଫଳ ରହିଛନ୍ତି । ଯେଉଁଥିପାଇଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ରହିଛି ।ଅର୍ପଣ ରଥରେ ବୁଲାଇ ବୁଲାଇ ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁଙ୍କ ପାଇଁ ଚାଉଳ ଭିକ୍ଷା ଭଳି ରଥକାଠ ପାଇଁ ଦାତାଙ୍କ ଦାନଙ୍କୁ ପ୍ରତିବର୍ଷ ଅପେକ୍ଷା କରିବା କଣ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ ନୁହେଁ କି ?
 

Struggle for timber for Rath Yatra | Argus News