Videos
|
Odisha

ସଂଘର୍ଷ ଦେଲା ସଫଳତା,ଚର୍ଚ୍ଚାରେ ଧାମନଗରର ସୌରଭ ଓ ନିଉଟନ 

Sangram Tripathy
Browse all articles by Sangram Tripathy
·1 year ago·2 min read
ସଂଘର୍ଷ ଦେଲା ସଫଳତା,ଚର୍ଚ୍ଚାରେ ଧାମନଗରର ସୌରଭ ଓ ନିଉଟନ 

ଅର୍ଗସ ବ୍ୟୁରୋ:ମା ଆଖିରେ ଲୁହ,ଏ ଲୁହ ଦୁଃଖର ନୁହେଁ,ଏ ଲୁହ ଖୁସିର,ଏ ଲୁହ ମେହନତି ମଣିଷର ସଫଳତାର,କାଲି ଲୁହ ଆଜି କିନ୍ତୁ ପରିବାର ବେଶ ଖୁସି,ବାପାଙ୍କ ପାନ ଭଙ୍ଗାରେ ବିରାଟ ଲାଗିବ,ସେ ବି ଆଉ କେତେ ଖଟିଥାନ୍ତେ,ଏବେ ଟିକିଏ ଶାନ୍ତିରେ ନିଶ୍ବାସ ମାରିବେ। ମା ଆଉ କରଜ କରିବନିପୁଅ ପାଠପଢା ପାଇଁ,ଭାଇ କାନ୍ଧବି ମଜଭୁତ ହୋଇଯାଇଛି,କାହିଁକି ନା, ତାଙ୍କ ପୁଅ ବଡ଼ ଅଫିସର ହେବ ଲୋକଙ୍କ ଦୁଃଖ ବୁଝିବ। ବାପା ପାନ ଦୋକାନୀ ପୁଅ କିନ୍ତୁ ସିଭିଲ୍ ସର୍ଭାଣ୍ଟ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ବହୁ ପ୍ରତିକ୍ଷୀତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ର ଫଳ ପ୍ରକାଶ ପାଇଛି,ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ରବୀନ୍ଦ୍ର ଦାସଙ୍କ ସାନପୁଅ ନିଉଟନ ଦାସ ଏଥର ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାରେ ୪୧୫ ନମ୍ବର ରାଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି। ଏନେଇ ବେଶ ଖୁସି ବ୍ୟାକ୍ତ କରିଛନ୍ତି ପରିବାର ଲୋକେ। ନିଉଟନ ବନ୍ଧଟିଆର ଉତ୍କଳମଣି ବିଦ୍ୟାପୀଠରୁ ୨୦୧୦ ମସିହାରେ ଦଶମ ପାସ୍ କରିଥିଲେ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରୁ କଂପ୍ୟୁଟର ସାଇନସରେ ସ୍ନାତକ କରିଥିଲେ। ଆଉ ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି,ଅଭାବ ଅନେକ ଥର ତାଙ୍କ ବାଟଓଗାଳିଛି କିନ୍ତୁ ସେ ଖାତିର ନକରି ଆଗକୁ ମାଡି ଚାଲିଛନ୍ତି,ଅନେକ ଥର ଝୁଣ୍ଟିଛନ୍ତି କିନ୍ତୁ ପଛକୁ ଫେରି ଚାହିଁ ନାହାନ୍ତି ଆଉ ତାଙ୍କ ସଫଳତା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ। ସେଇଥିପାଇଁ ତ କୁହାଯାଏ ସଙ୍ଘର୍ଷର ଅନ୍ୟ ନାଁ ସଫଳତା।

କେବଳ ନିଉଟନ ନୁହଁନ୍ତି ଧାମନଗର ଦଇପୁର୍ ପଂଚାୟତର ନାରାୟଣପୁର ଶାସନର ସୌରଭ କୁମାର ପାଣିଗ୍ରାହୀ ୨୯୬ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ସୌରଭ କହିଛନ୍ତି ଫାର୍ମିଂ ସେକ୍ଟର ରେ କାର୍ଯ୍ୟ କରିବା ପାଇଁ ତାଙ୍କର ଇଚ୍ଛା ରହିଛି । କ୍ୟାରିୟର ପରେ ବି 
କେହି ବସନ୍ତୁ ନାହିଁ । ବିଫଳତାର କାରଣ ଖୋଜିବା ସହ ଆଗକୁ ବଢନ୍ତୁ ,ସଫଳତା ନିଶ୍ଚିତ ମିଳିବ  ବୋଲି କହିଛନ୍ତି। ରେଜଲ୍ଟ ପରେ ସେ ଚେନ୍ନାଇ ରେ କାର୍ଯ୍ୟ କରୁଥିବା କମ୍ପାନୀରୁ କାମ ଛାଡ଼ିବେ ଓ ପ୍ରଶିକ୍ଷଣ ପାଇଁ ଆସିବେ । ଇଞ୍ଜିନିୟରରୁ ସେ ପାଲଟିଯାଇଛନ୍ତି ସଫଳ ଅଧିକାରୀ। ଧାମନଗର ଅଞ୍ଚଳର ଦୁଇ ଉଦୀୟମାନ ଯୁବକଙ୍କ ସଫଳତାକୁ ନେଇ ଗର୍ବ କରୁଛି ଧାମନଗରର ମାଟି,ସେମାନେ ପ୍ରମାଣ କରିଦେଇଛନ୍ତି ଜୀବନରେ ସଂଗ୍ରାମ ଜାରି ରଖ,ସଫଳତା ହାତ ପାହାନ୍ତାରେ ମିଳିବ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: