Goat Theft Allegation / ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ହତ୍ୟା ! ୧୨ ଗିରଫ
·4 months ago·2 min read

Key Points
ଛେଳି ଚୋରି ଅଭିଯୋଗରେ ହତ୍ୟା !
ଛାତ୍ରଙ୍କୁ ପିଟି ପିଟି ମାରିଦେବାର ସାଂଘାତିକ ଅଭିଯୋଗ
ମୟୂରଭଞ୍ଜ ଜିଲ୍ଲା ତିରିଂ ଅଞ୍ଚଳର ଘଟଣା

ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ମାରିଦେବାର ସାଂଘାତିକ ଅଭିଯୋଗ। ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଏଭଳି ଅମାନବୀୟ କାଣ୍ଡ ।
ହେରୋଗଡ଼ା ସାହିରେ ୪ ଜଣ ଛେଳି ଚୋରି କରିଥିଲେ। ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ । ତେବେ ୨ ଜଣ ଖସିଯାଇଥିବା ବେଳେ ଅନ୍ୟ ଦୁଇଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ଏହାପରେ ଗ୍ରାମବାସୀମାନେ ଦୁଇ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ବାନ୍ଧି ମାଡ଼ ମାରିଥିଲେ । ସେମାନଙ୍କୁ ରାତି ପ୍ରାୟ ୧୧ଟା ବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ଗ୍ରାମବାସୀଙ୍କ ମାଡରେ ମୃତ୍ୟୁ ବରଣ କରିଥିବା ନାବାଳକ ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁଟୁକାବାଦୀ ଗ୍ରାମର ସମ୍ବିତ ବିନ୍ଧାଣୀ। ସେ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ମାମୁଁ ଘରେ ରହି ପାଠ ପଢୁଥିଲା ଆହତ ହୋଇଥିବା ବହଳଦା ଥାନା ଅନ୍ତର୍ଗତ ଦଶମ ଶ୍ରେଣୀର ଛାତ୍ର କୁଲଗି ଗ୍ରାମର ରାକେଶ ମହାନ୍ତକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଓ ଗୁରୁତର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପରିବାର ଲୋକ ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି । ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଏପରି ଏକ ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏନେଇ ଝରାଡ଼ିହି, ତିରିଂ, ବହଳଦା ଓ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲୋକେ।
ଏହି ଘଟଣାରେ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଫରୱାର୍ଡ କରାଯିବ ବୋଲି କହିଛନ୍ତି ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିରେନ୍ଦ୍ର ସେନାପତି।
ମୟୁରଭଞ୍ଜରେ କେଉଁଠି ଛୁଆ ଚୋରି ଗୁଜବର ଶିକାର ହୋଇ ନିରୀହ ଲୋକଙ୍କ ଜୀବନ ଯାଉଛି ତ କେଉଁଠି ଲୋକେ ନିରୀହ ଲୋକଙ୍କୁ ଛୁଆ ଚୋର ବୋଲି ବାନ୍ଧିକି ପିଟୁଥିବାର ଖବର ଆସୁଛି। |କେଉଁଠି ଡାହାଣୀ ସନ୍ଦେହରେ କଟୁରୀରେ ଗଳା କାଟିବା ଭଳି ଘଟଣା ଘଟିବାର ନଜର ଆସୁଛି। ତେବେ ନିକଟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସାମାଜିକ ଗଣମାଧ୍ୟମରେ ଏକ ପ୍ରତିକ୍ରିୟାରେ ଜିଲ୍ଲା ବାସୀଙ୍କୁ ସଚେତନତା କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିପାରି ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories