Videos
|
Odisha

ନିଲମ୍ବିତ ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ନିଲମ୍ବିତ ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ

Key Points

ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ
ଛାତ୍ରୀଙ୍କୁ କୋଲ୍ଡ ଡ୍ରିଂକ୍ସରେ ନିଶା ଦେଇ ହୋଟେଲର ଦୁଷ୍କର୍ମ ଅଭିଯୋଗରେ ଗିରଫ
ପୀଡ଼ିତାଙ୍କ ବୟାନ ଓ ପାରିପାର୍ଶ୍ଵିକ ପ୍ରମାଣକୁ ଆଧାର କରି ବାନ୍ଧିଲା ମଞ୍ଚେଶ୍ବର ପୋଲିସ୍
ଉଦିତଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା

ନିଲମ୍ବିତ ହେଲେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । NSUIର ନ୍ୟାସନାଲ୍ ପ୍ରେସିଡେଣ୍ଟ ବରୁଣ ଚୌଧୁରୀ ଉଦିତ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି । ଛାତ୍ରୀଙ୍କୁ କୋଲ୍ଡ ଡ୍ରିଂକ୍ସରେ ନିଶା ଦେଇ ରାଜଧାନୀର ଏକ ହୋଟେଲରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଉଦିତ । ଛାତ୍ରୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରିଥିଲା ପୋଲିସ । ପୀଡିତାଙ୍କ ବୟାନ ଓ ପାରିପାର୍ଶ୍ଵିକ ପ୍ରମାଣକୁ ଆଧାର କରି ଛାତ୍ର କଂଗ୍ରେସ ସଭାପତିଙ୍କୁ ଗିରଫ କରିଛି ପୋଲିସ ।


ଉଦିତଙ୍କ ନାଁରେ ଲାଗିଛି ସଙ୍ଗୀନ ଦଫା । ଦୁଷ୍କର୍ମ ପାଇଁ BNSSର ଦଫା 64(1), ବିଷ ଦେଇ ମାରିବାକୁ ଉଦ୍ୟମ ପାଇଁ ଦଫା 123, ଅସଭ୍ୟ ଭାଷାରେ ଗାଳି ଗୁଲଜ ପାଇଁ ଦଫା 296, ଟଣା ଭିଡା କରିବା ପାଇଁ ଦଫା 74, ଜୀବନରୁ ମାରିଦେବାକୁ ଧମକ ଦେବା ପାଇଁ ଦଫା 351(2) ଲାଗିଛି । ସେହିପରି ପୂର୍ବରୁ ମଧ୍ୟ ଉଦିତଙ୍କ ନାଁରେ ରହିଛି ଅନେକ ସଙ୍ଗୀନ ଦଫା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Student Congress President Udit Pradhan suspended | Argus News