ରେଂଜରୋଭର ଧକ୍କା ଘଟଣା, ପୋଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି: ଛାତ୍ର କଂଗ୍ରେସ

- ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା
- କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନର ଅଫିସ ଘେରିଲା ଛାତ୍ର କଂଗ୍ରେସ
- ବିଧାୟିକାଙ୍କ ଭାଇ ବିଶାଲ ଦାସ ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି’
- ‘ପୋଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି’
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ରେଞ୍ଜରୋଭର୍ ଦୁର୍ଘଟଣା ମାମଲା। ନ୍ୟାୟ ଦାବିରେ ସିପି ଅଫିସ ଘେରିଲେ ଛାତ୍ର କଂଗ୍ରେସ। ପୋଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି। ପୋଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିଲା। ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୋଲିସ ତାଙ୍କୁ ଖସାଇ ଦେଇଛି। ମୃତକଙ୍କ ପରିବାରକୁ ୧ କୋଟି ସହାୟତା ସହ ବିଶାଲ ଦାସଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି କଂଗ୍ରେସ । ଦାବି ପୂରଣ ନହେବା ଯାଏଁ ଛାତ୍ର କଂଗ୍ରେସ ଚୁପ୍ ବସିବନି ବୋଲି ଚେତାବନୀ ଦେଇଛି।
ଅଧିକ ପଢ଼ନ୍ତୁ: ଦୁର୍ଘଟଣା ଦିନ ଗାଡିରେ ଥିଲେ କି ବିଶାଳ ଦାସ ? ବିଶାଳଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି କି କମିସନରେଟ୍ ପୋଲିସ ?
ବଡ ଗାଡି, ଛୋଟ ମନ। ଭୁବନେଶ୍ୱର ପାୱାର ହାଉସ ଛକରେ ଦୁର୍ଘଟଣା ଘଟାଇଥିବା ଦାମୀ ଗାଡି ରେଞ୍ଜରୋଭର ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କର ବୋଲି ଚର୍ଚ୍ଚା। ତାହେଲେ ଦୁର୍ଘଟଣା ଦିନ ଗାଡିରେ ଥିଲେ କି ବିଶାଳ ଦାସ ? କାହିଁକି ସିସିଟିଭି ଯାଞ୍ଚ କରୁନି ପୋଲିସ ? କାହିଁକି ତଦନ୍ତ ପରିସରଭୁକ୍ତ ହେବେନି ବିଶାଲ ? ବିଶାଳଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି କି କମିସନରେଟ୍ ପୋଲିସ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କର। ଯାହାକୁ ଭିତ୍ତି କରି ଛାତ୍ର କଂଗ୍ରେସ ସିପି ଅଫିସ ଘେରାଉ କରିଛି। ଯଥାଶୀଘ୍ର ତଦନ୍ତ କରାଯାଇ ପ୍ରକୃତ ଅପରାଧିକୁ ଗିରଫ କରାଯାଉ।
📱 Get Argus News App
✨