Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Accident: ସରସ୍ଵତୀ ପୂଜାରେ ବଡ଼ ଅଘଟଣ ! ଜଣେ ମୃତ, ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ...

Odisha

Accident: ସରସ୍ଵତୀ ପୂଜାରେ ବଡ଼ ଅଘଟଣ ! ଜଣେ ମୃତ, ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
Accident: ସରସ୍ଵତୀ ପୂଜାରେ ବଡ଼ ଅଘଟଣ ! ଜଣେ ମୃତ, ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ...

ଅର୍ଗସ ବ୍ୟୁରୋ: ସରସ୍ଵତୀ ପୂଜାରେ ବଡ଼ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌ । ଜଣେ ଛାତ୍ର ମୃତ, ଅନ୍ୟ ଜଣେ ଗୁରୁତର । ସ୍କୁଲକୁ ପୂଜା ପାଇଁ ଯାଉଥିବା ବେଳେ ସୁବର୍ଣ୍ଣପୁର ମେଟାକାନି ଛକରେ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା ସେମାନଙ୍କ ବାଇକ। । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଛାତ୍ର ଜଣକ ହେଲେ ଦଶମ ଶ୍ରେଣୀର କ୍ରିସ୍ ମହାକୁର । ଅନ୍ୟ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପଟେ କୋରାପୁଟ ଜିଲ୍ଲାରୁ ଆଉ ଏକ ହୃଦୟ ବିଦାରକ ଘଟଣା ବି ସାମ୍ନାକୁ ଆସିଛି । ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ଓଲଟି ବୁଡ଼ିଗଲେ ୩ ଜଣ ନାବାଳକ । ତେବେ ସୌଭାଗ୍ୟବଶତଃ ଜଣେ ପହଁରି କୂଳକୁ ଫେରି ଆସିଛି । ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି ।

ତିନି ଜଣ ନାବାଳକ ରିଲ୍ସ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଡ଼ଙ୍ଗାକୁ ନେଇ ମଝିକୁ ଚାଲିଯାଇଥିଲେ । ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା । ଜଣେ ନାବାଳକ ପହଁରି କୂଳକୁ ଆସିଥିବା ବେଳେ ଦୁଇ ନାବାଳକ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student Died Due To Serious Accident | Argus News