Videos
|
Odisha

ଗଣେଶ ପୂଜାରେ ଅଘଟଣ, ନାଚୁ ନାଚୁ ଚଳିପଡିଲେ ନବମ ଶ୍ରେଣୀ ଛାତ୍ର

Smruti Parija
Browse all articles by Smruti Parija
·11 months ago·1 min read
ଗଣେଶ ପୂଜାରେ ଅଘଟଣ, ନାଚୁ ନାଚୁ ଚଳିପଡିଲେ ନବମ ଶ୍ରେଣୀ ଛାତ୍ର

Key Points

ଗଣେଶ ପୂଜାରେ ସ୍କୁଲରେ ଟଳିପଡିଲେ ଛାତ୍ର

ସ୍କୁଲରେ ନାଚୁ ନାଚୁ ଚଳିପଡିଲେ ଛାତ୍ର

ପୋଡାଶୂଳ ସ୍ଥିତ ରାଧାମାଧବଜୀଉ ଉଚ୍ଚ ବିଦ୍ୟାଳୟରେ ଅଘଟଣ

ଗଣେଶ ପୂଜାରେ ଅଭାବନୀୟ ଘଟଣା । ପୂଜାରେ ସ୍କୁଲରେ ଟଳି ପଡ଼ିଲେ ନବମ ଶ୍ରେଣୀ ଛାତ୍ର । ମୃତ ଛାତ୍ର ହେଲେ ପ୍ରିୟାନ୍ସୁ ପ୍ରିତମ ଦାସବାବୁ ।


ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତର ପୋଡ଼ାଶୁଳ ଠାରେ ଥିବା ରାଧା ମାଧବ ଜୀଉ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ । ସିଆଡିମାଳ ଗାଁର ଲକ୍ଷ୍ମୀ ନାରାୟଣ ଦାସବାବୁଙ୍କ ପୁଅ ପ୍ରିୟାନ୍ସୁ ପ୍ରିତମ ଦାସବାବୁ । ମୃତ ଛାତ୍ରଙ୍କ ବାପାଙ୍କ କହିବା କଥା ସ୍କୁଲରେ ପୂଜା ଚାଲିଥିଲା । ତା ସହ ମ୍ୟୁଜିକ୍ ମଧ୍ୟ ବାଜୁଥିଲା । ମ୍ୟୁଜିକ୍ ବଜାଇ ସବୁ ଛୁଆ ନାଚୁଥିଲେ । ପ୍ରିୟାନ୍ସୁ ମଧ୍ୟ ଡ୍ୟାନ୍ସ କରୁଥିଲେ । ନାଚୁ ନାଚୁ ହଠାତ୍ ଟଳିପଡିଥିଲେ । ତାଙ୍କୁ ସଙ୍ଗେ ସ୍କୁଲ ଶିକ୍ଷକ ଓ ମୃତ ପ୍ରିୟାନ୍ସୁଙ୍କ ବାପା ନୀଳଗିରି ଡାକ୍ତରଖାନା ନେଇଥିଲେ । ସେଠା ଡାକ୍ତର ତାଙ୍କୁ ଛାତ୍ରଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି । ଏ ଘଟଣା ପରେ ସ୍କୁଲ ଏବଂ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
student-dies-in-school-during-ganesh-puja-argus-news | Argus News