Videos
|
Odisha

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର

Banajyotshna Ray
Browse all articles by Banajyotshna Ray
·1 year ago
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର

Key Points

ଗାଧୋଇବା ବେଳେ ଅଘଟଣ
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର
ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭାସିଗଲେ
ଭଦ୍ରକର ITI ଛାତ୍ର ରୁଦ୍ର ପ୍ରତାପ ସାହୁଙ୍କୁ ଖୋଜା ଚାଲିଛି 

ସମୁଦ୍ର ସ୍ନାନ ହେଲା କାଳ । ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଛାତ୍ର । ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ର ୪ନଂ ଜୋନରେ ଭଦ୍ରକରୁ ଆସିଥିବା ରୁଦ୍ର ପ୍ରତାପ ସାହୁ ସାଙ୍ଗ ମାନଙ୍କ ସହ ଗାଧୋଇବା ବେଳେ, ଭାସି ଯାଇଛନ୍ତି । ଏକ ବଡ଼ ଲହଡିରେ ପଡ଼ି ରୁଦ୍ର ପ୍ରତାପ ଭାସିଯାଇଥିଲେ । ଭଦ୍ରକ ଆଇଟିଆଇରେ ପଢୁଥିବା ରୁଦ୍ର ପ୍ରତାପ ଗତକାଲି ରାତିରେ, ଟ୍ରେନ ଯୋଗେ ସାଙ୍ଗ ମାନଙ୍କ ସହ ପୁରୀ ଆସିଥିଲେ । ଲାଇଫଗାର୍ଡର ଦୁଇଟି ଟିମ୍ ରୁଦ୍ରଙ୍କୁ ଖୋଜାଖୋଜି କରୁଛନ୍ତି । ଏଖବର ପରେ ରୁଦ୍ରଙ୍କ ପରିବାରରେ କାନ୍ଦବୋବାଳି ଚାଲିଛି। ଖୋଜାଖୋଜି ଚାଲିଛି ରୁଦ୍ର ଖୁବଶୀଘ୍ର ମିଳିଯିବେ ବୋଲି ପରିବାର ଲୋକଙ୍କୁ ଆଶ୍ୱସନା ଦିଆଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
student-drowns-while-bathing-in-puri-sea-beach | Argus News