Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜ୍ଞାନ ଶିକ୍ଷକଙ୍କ ମାଡରେ ଛାତ୍ର ଆହତ

Manini Pattanayak
Browse all articles by Manini Pattanayak
·1 year ago·1 min read
ବିଜ୍ଞାନ ଶିକ୍ଷକଙ୍କ ମାଡରେ ଛାତ୍ର ଆହତ

ଭଦ୍ରକ:  ବିଜ୍ଞାନ ଶିକ୍ଷକଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆହତ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ର ଆରୁହା ପଂଚାୟତ ତୁଲମତୁଳା ବାବାମଣି ଉଚ୍ଚ ବିଦ୍ୟାଳୟରେ । ଆହତ ଛାତ୍ର ସେହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ର କମଳାକାନ୍ତ ସାହୁ ବୋଲି ଜଣାପଡିଛି । ସରକାର ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଛନ୍ତି । ହେଲେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କ ଅମାନୁଷିକ ଭାବେ ମାଡ଼ ମାରୁଛନ୍ତି ।

ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାବାମଣି ତୁଳମତୁଲା ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ କମଳାକାନ୍ତ ପାଣି ପାଇଁ ଯାଉଥିବାବେଳେ ବିଜ୍ଞାନ ଶିକ୍ଷକ ମାଡ଼ ମାରିଥିଲେ । ଫଳରେ ମାଡ଼ରେ ଛାତ୍ରଟିର ପିଠି ଫାଟି ଯାଇ  ରକ୍ତ ବାହାରିଥିଲା । ଫଳରେ ତାକୁ ପରିବାର ଲୋକ ମେଡିକାଲ ରେ ଭର୍ତି କରିଥିଲେ।  ଚିକିତ୍ସା ପରେ ପିଲାଟି ସୁସ୍ଥ ଥିବା ଜଣାପଡିଛି ।  ମାଡ଼ ମାରିଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student injured beating by science teacher | Argus News