Chocolate Modi / ଜନ୍ମଦିନ ପୂର୍ବରୁ ମୋଦିଙ୍କୁ ଉପହାର , ଛାତ୍ରଛାତ୍ରୀ ତିଆରି କଲେ ଚକୋଲେଟ୍ ମୋଦି

Key Points
୭୦ କେଜି ଚକୋଲେଟ୍ରେ ମୋଦିଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ଵର ଚକୋଲେଟ୍ କ୍ଲବ୍ ଛାତ୍ରଛାତ୍ରୀଙ୍କ କଳାକୃତି
ଜନ୍ମଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର
ଚକୋଲେଟ୍ ତିଆରି ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମା । ଏଥିସହ ମୋଦିଙ୍କ ଚତୁଃପାର୍ଶ୍ଵରେ ଚକୋଲେଟ୍ରେ ଡାଳ ସଦୃଶ୍ୟ କରାଯାଇ,ସେଥିରେ କେନ୍ଦ୍ରୀୟ ଯୋଜନାଗୁଡିକ ଚିତ୍ରିତ ଆକାରରେ ରଖାଯାଇଛି ।
ସେପ୍ଟେମ୍ବର ୧୭ରେ ମୋଦିଙ୍କର ଜନ୍ମଦିନ ଆସୁଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭୁବନେଶ୍ଵର ଡିପ୍ଲୋମା ଛାତ୍ରଛାତ୍ରୀମାନେ ୭୦ କେଜିର ଚକୋଲେଟ୍ରେ ତିଆରି କରିଛନ୍ତି ଏହି ପ୍ରତିମା । ମୂର୍ତ୍ତି ତିଆରି କରିବା ପାଇଁ ୫୫ କେଜିର ଡାର୍କ ଚକୋଲେଟ୍ ଏବଂ ୧୫ କେଜିର ଧଳା ଚକୋଲେଟ୍ ବ୍ୟବହାର କରାଯାଇଥିଲା ।
ଭୁବନେଶ୍ଵର କ୍ଲବ ଚକୋଲେଟ୍ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀ ମିଶି ଏହି ପ୍ରତିମା ତିଆରି କରିଛନ୍ତି । ଏହି ଗ୍ରୁପ୍କୁ ପ୍ରତିନିଧିତ୍ଵ କରୁଥିଲେ ରାକେଶ କୁମାର ସାହୁ ଏବଂ ରଞ୍ଜନ ପରିଡା । ଏହି ସ୍ଵତନ୍ତ୍ର ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ତାଙ୍କୁ ୭ ଦିନ ସମୟ ଲାଗିଥିଲା ।
ମୋଦିଙ୍କର ଏହି ପ୍ରତିମା ଚତୁଃପାର୍ଶ୍ଵରେ କେନ୍ଦ୍ରୀୟ ଯୋଜନା ଯେମିତିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଅପରେସନ ସିନ୍ଦୁର , ସ୍ଵଚ୍ଛ ଭାରତ ମିଶନ୍ ଆଦିକୁ ସ୍ଥାନିତ କରାଯାଇଛି । ଏହି ପ୍ରତିମୂର୍ତ୍ତିରେ ଇସ୍ରୋର ସଫଳତାକୁ ମଧ୍ୟ ସ୍ଥାନିତ କରାଯାଇଛି ।
ତେବେ ସେହି ଶିକ୍ଷାନୁଷ୍ଠାନ ମୁତାବକ, ମୋଦିଙ୍କର ଏହି ଚକୋଲେଟ୍ ପ୍ରତିମା ଭାରତରେ ପ୍ରଥମ ଥର ପାଇଁ ତିଆରି କରାଯାଇଛି । ଛାତ୍ରଛାତ୍ରୀମାନେ ଏହାକୁ କଳା ଓ ଦକ୍ଷତାର ମିଶ୍ରଣ ବୋଲି କହିଛନ୍ତି ।
ତେବେ ଯଦି ମୋଦିଙ୍କ ଜନ୍ମଦିନ କଥା କୁହାଯାଏ, ତେବେ ଗତବର୍ଷ ମୋଦିଙ୍କ ଜନ୍ମଦିନରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା । ସେପ୍ଟେମ୍ବର ୧୭ରେ ୨୫ ଲକ୍ଷ ପିଏମ୍ ଆୱାସ୍ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ମହିଳାଙ୍କ ପାଇଁ ଶୁଭଦ୍ରା ଯୋଜନାର ଆରମ୍ଭ ମଧ୍ୟ କରାଯାଇଥିଲା । ବିଜେପି ପକ୍ଷରୁ ସେବା ପର୍ବ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା । ଏହାଦ୍ଵାରା ସ୍ଵତନ୍ତ୍ର ରକ୍ତଦାନ ଶିବିର ଏବଂ ସ୍ଵଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା ।
ସେହିପରି ୨୦୨୩ରେ ମୋଦି ବିଶ୍ଵକର୍ମା ଯୋଜନା ଆର୍ଟ ଏବଂ କ୍ରାଫ୍ଟ କରୁଥିବା ଲୋକଙ୍କ ପାଇଁ ଆରମ୍ଭ କରିଥିଲେ । ୨୦୨୨ ଜନ୍ମଦିନରେ ରେ ୮ଟି ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ପଠାଯାଇଥିଲା ।
📱 Get Argus News App
✨Related Topics
Explore more stories