Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ABVP / ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି.. ଭାରତ ମାତା କୀ.. ଜୟ.. କମ୍ପୁଛି ଭଦ୍ରକ ଗାନ୍ଧି ପଡ଼ିଆ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି.. ଭାରତ ମାତା କୀ.. ଜୟ.. କମ୍ପୁଛି ଭଦ୍ରକ ଗାନ୍ଧି ପଡ଼ିଆ
ABVP

Key Points

ଉଦଘାଟନୀ ସମାରୋହରେ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ଏବଂ ଏବିଭିପିର ରାଷ୍ଟୀୟ ସହ-ସଂଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ ସାମିଲ ହୋଇଥିଲେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୦ ତମ ରାଜ୍ୟ ଅଧିବେଶନ । ଭଦ୍ରକ ଜିଲ୍ଲାର ସ୍ଥାନୀୟ ଗାନ୍ଧୀପଡିଆ ଠାରେ ଅନୁଷ୍ଠିତ ହୋଇଛି ଏହି ଅଧିବେଶନ । ଏହି ଅଧିବେଶନ ୩ ଦିନ ଧରି ଏଠାରେ ଚାଲିବ । ଆଜି ପ୍ରଥମ ଦିନରେ ଉଚ୍ଚଶିକ୍ଷା, କ୍ରୀଡ଼ା, ଭଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି, ଭାରତ ମାତା କୀ ଜୟ ଧ୍ବନିରେ କମ୍ପୁଛି ଭଦ୍ରକର ପ୍ରସିଦ୍ଧ ଗାନ୍ଧି ପଡ଼ିଆ।

ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି, ଭାରତ ମାତାକୀ ଜୟ ଧ୍ବନିରେ କମ୍ପୁଛି ଭଦ୍ରକର ପ୍ରସିଦ୍ଧ ଗାନ୍ଧି ପଡ଼ିଆ। ଆରମ୍ଭ ହୋଇଛି ଦେଶର ସର୍ବବୃହତ ରାଷ୍ଟ୍ରବାଦୀ ଛାତ୍ରସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୦ ତମ ରାଜ୍ୟ ସମ୍ମିଳନୀ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ବିଦ୍ୟାର୍ଥୀ ଏହି ଐତିହାସିକ ସମ୍ମିଳନୀରେ ଯୋଗ ଦେଇ ରାଷ୍ଟ୍ର ଭକ୍ତିର ଧାରାରେ ନିଜକୁ କରିଛନ୍ତି ସାମିଲ। ତେବେ ଏହି ସମ୍ମିଳନୀ ସବୁଠୁ ଆବେଗର ବିଷୟ ପାଲଟିଛି ବିଦ୍ୟାର୍ଥୀ ପରିଷଦର ପୁରାତନ କାର୍ଯ୍ୟକର୍ତ୍ତାଙ୍କ ପାଇଁ । ଖୋଦ୍ ଉଦଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ତଥା ରାଜ୍ୟ କ୍ରୀଡ଼ା ଯୁବ ବ୍ୟାପାର , ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସର୍ଯ୍ୟବଂଶୀ ସୂରଜ ଏବିଭିପିର କାର୍ଯ୍ୟକର୍ତ୍ତା ଭାବେ ନିଜ ପୂରୁଣା ସ୍ମୃତିକୁ ତାଜା କରିଥିଲେ ଏହି ଅଧିବେଶନରେ।

ଆଜି ରାଜନୀତି, ସାମାଜିକ, ଶିକ୍ଷା ପରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ହାସଲ କରିଥିବା ବିଦ୍ୟାର୍ଥୀ ପରିଷଦର ବହୁ ପୂରାତନ କାର୍ଯ୍ୟକର୍ତ୍ତା ଏହି ସମ୍ମିଳନୀରେ ଯୋଗଦେଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତା ଭାବେ ସେମାନଙ୍କ ଛାତ୍ରଜୀବନକୁ ମନେ ପକାଇବା ସହ 50 ତମ ଅଧିବେଶନର ସଫଳ ଆୟୋଜନର ସାକ୍ଷୀ ବନିଥିବାରୁ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି ସେମାନେ।

ଉଦଘାଟନୀ ସମାରୋହରେ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ଏବଂ ଏବିଭିପିର ରାଷ୍ଟୀୟ ସହ-ସଂଗଠନ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ ସାମିଲ ହୋଇଥିଲେ। ଆଗାମୀ ୨ ଦିନଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରାଜ୍ୟ ଓ ଦେଶର ଶିକ୍ଷା, ସାମାଜିକ ଓ ରାଷ୍ଟ୍ରୀୟ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଆଗାମୀ ଦିନ ପାଇଁ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ।

ବୁଧବାର ଛାତ୍ରଶକ୍ତିର ଝଲକ ଦେଖିବେ ଭଦ୍ରକବାସୀ। ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଏକ ଭବ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ABVP | Student power, Nation Power.. Bharat Mata Ki Jay.. Bhadrak Gandhi Field is shaking. | Argus News