Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ୱୟ, ଶିକ୍ଷା ଓ ସଂସ୍କୃତି ବିକାଶ ଏମିତି ହେଉଛି

Smruti Parija
Browse all articles by Smruti Parija
·2 years ago·2 min read
ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ୱୟ, ଶିକ୍ଷା ଓ ସଂସ୍କୃତି ବିକାଶ ଏମିତି ହେଉଛି

ଅର୍ଗସ ବ୍ୟୁରୋ: ଯୁବପୀଢ଼ିଙ୍କ ବୌଦ୍ଧିକ ବିକାଶ ନାଁରେ ଚାଲିଛି ରେକର୍ଡ ଡ୍ୟାନ୍ସ । ଗଞ୍ଜାମ ଜିଲ୍ଲା ଶେରଗଡ଼ ମହାବିଦ୍ୟାଳୟରେ ଛାତ୍ରୀଙ୍କ ସହ ଆଇଟମ ସଙ୍ଗ୍‌ରେ ଅଧ୍ୟାପକ ଲଗାଇଲେ ଠୁମକା ।  
ନବୀନ ଓଡିଶା କାର୍ଯ୍ୟକ୍ରମରେ ଧୁଳିଆ ଜନ୍ଦା ଗୀତ ସାଙ୍ଗକୁ କଲେଜ ଛାତ୍ରୀ ଏବଂ ଅଧ୍ୟାପକଙ୍କ ଭିଡିଓ ହେଲା ଭାଇରାଲ । ଗଞ୍ଜାମ ଜିଲ୍ଲା ଶେରଗଡ଼ ମହାବିଦ୍ୟାଳୟରେ ଧୁଳିଆ ଜନ୍ଦା ଗୀତ ଗାଇ ନାଚିଲେ ଛାତ୍ରୀ ଏବଂ ଅଧ୍ୟାପକ । 

ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୁଆ - ଓ କରି ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ୱୟ କରି ଆଗାମୀ ଦିନରେ ଶିକ୍ଷା ଓ ସଂସ୍କୃତି ବିକାଶ ଏମିତି ହେଉଛି। 
ସାରା ରାଜ୍ୟରେ ଏଭଳି ଚିତ୍ରକୁ ଲୋକେ ଦେଖି ବାରମ୍ଵାର ବିରୋଧ କରିବା ସତ୍ତ୍ୱେ ସରକାରଙ୍କ ନିଘା ନାହିଁ ।

କେଉଁଠି ଅଶ୍ଳୀଳ ନୃତ୍ୟ ହେଉଥିବାବେଳେ କେଉଁଠି କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ହେଉଛି ଅନ୍ଧାର । ଆସନ୍ତା କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସତ୍ତ୍ୱେ କଲେଜ ଛାତ୍ରଛାତ୍ରୀଙ୍କୁ ନବୀନ ଓଡିଶା କାର୍ଯ୍ୟକ୍ରମରେ କରାଯାଉଛି ସାମିଲ । ଆଉ ସାମଲି ନ ହେଲେ ମାର୍କ କାଟି ଦିଆଯିବାର ମିଳୁଛି ଧମକ । 

ଜିଲ୍ଲାୱାରୀ ଗସ୍ତ କରୁଛନ୍ତି ପାଣ୍ଡିଆନ । ନୂଆ ଓ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଟିପ୍ସ ଦେଉଛନ୍ତି । ହେଲେ ଯଦି ଏମିତି ଟିପ୍ସ ମିଳିବ ତେବେ ଛାତ୍ରଛାତ୍ରୀ କେମିତି ଭଲ ମଣିଷ ହେବେ ତାହା ଜଳ ଜଳ ହୋଇ ଦିଶୁଛି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଖାଲି ସଂସ୍କୃତି ବିଗାଡୁନି ନୂଆ ଓ...ନୂଆ ଓ ପାଇଁ ବଢୁଛି ହିଂସାତ୍ମକ କାର୍ଯ୍ୟକଳାପ । ଯାହାର ତାଜା ଚିତ୍ର ଆସିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼କୁଜଙ୍ଗ ପଞ୍ଚାୟତରୁ । ଏହି ଅଞ୍ଚଳରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଞ୍ଚ ସମ୍ମୁଖରେ ହାତାହାତି ହୋଇଛନ୍ତି ଦୁଇ ଗୋଷ୍ଠୀ । କାର୍ଯ୍ୟକ୍ରମରେ ଅନେକ ଛାତ୍ରୀ ଓ ମହିଳା ସାମିଲ ହୋଇଥିଲେ । ହେଲେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପରିସ୍ଥିତି ଅଣାୟତ ହୋଇଥିଲା । ଶେଷରେ ସମସ୍ତେ ଭୟରେ ସେଠାରୁ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି । 

ନୂଆ 'ଓ' ର ଏହି ସବୁ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରୁଛି । ଏହାକୁ ନେଇ ବିରୋଧର ସ୍ୱର ମଧ୍ୟ ଦେଖିବାକୁ ମିଳୁଛି । ହେଲେ ଜିଲ୍ଲା ପରେ ଜିଲ୍ଲାରେ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପରୀକ୍ଷା ପାଖେଇ ଆସୁଥିବାବେଳେ ଏମିତି କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ଭବିଶ୍ୟତକୁ  ଏକ ପ୍ରକାର ଅନ୍ଧାରକୁ ଠେଲି ଦିଆଯାଉଛି କହିଲେ ଭୂଲ୍ ହେବନି । 

 

Sponsored
students-and-lectures-dance-video-viral-in-nua-odisha-naveen-odisha-programme | Argus News