Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

Ritu Das
Browse all articles by Ritu Das
·1 year ago
ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

ଅର୍ଗସ ବ୍ୟୁରୋ: ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଗେଟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା।ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ନରେନ୍ଦ୍ର ପ୍ରସାଦ ଉଚ୍ଚ ବିଦ୍ୟାଳୟରେ କିଛିଦିନ ତଳେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ସେଠୀଙ୍କୁ ଅନ୍ୟତ୍ର ବଦଳି କରିଥିବା ବେଳେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆଗକୁ ପରୀକ୍ଷା ଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୯୦ ପିଲା ପାଠ ପଢ଼ୁଥିବା ବେଳେ ୮ଜଣ ଶିକ୍ଷକ ଅଛନ୍ତି।


ଏବେ ପୁଣି ଆଉ ଜଣଙ୍କୁ ବଦଳି ହୋଇଥିବାରୁ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରି ଧାରଣାରେ ବସିଛନ୍ତି। ଖବର ପାଇ ଖଇରା ବ୍ଲକ ଶିକ୍ଷାଧିକାରୀ ଗଦାଧର ଦାସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ।୪ ଦିନ ଭିତରେ ଶିକ୍ଷକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students and parents locked the school gate | Argus News