ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମନା ନିଶା ସେବନ
·2 years ago

ଅର୍ଗସ ବ୍ୟୁରୋ: କ୍ୟାମ୍ପସରେ ମନା ନିଶା ସେବନ। ଛାତ୍ରଛାତ୍ରୀ ନିଶା ସେବନ ନ କରିବା ପାଇଁ କରିବେ ସ୍ବାକ୍ଷର। ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ନାମଲେଖା ସମୟରେ ଛାତ୍ରଛାତ୍ରୀ ନିଶା ଖାଇବେନି ବୋଲି ସ୍ବାକ୍ଷର କରିବାକୁ ବାଧ୍ୟ। ପରବର୍ତ୍ତୀ ସମୟରେ ଯଦି କ୍ୟାମ୍ପସରେ କୌଣସି ସ୍ଥାନରେ ନିଶାଦ୍ରବ୍ୟ ସମ୍ପର୍କିତ କାର୍ଯ୍ୟକଳାପ ହେଉଥିବା ନଜରକୁ ଆସେ ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ଉଲ୍ଲେଖ କରିବେ।
ସମଲେଶ୍ବରୀ ମନ୍ଦିରରେ ବନ୍ଦହେବ ପାନଗୁଟଖା
କେନ୍ଦ୍ରର ନିର୍ଦ୍ଦେଶ ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ସଚିବ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖି କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଚିଠି, ତାଗିଦ୍ ପରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ନିଶାମୁକ୍ତ ହୋଇପାରି ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: