Videos
|
Odisha

ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି କୁନି କୁନି ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ:  ଖରା, ବର୍ଷା କି ଶୀତ ହେଉ । ଛାତ୍ରଛାତ୍ରୀଙ୍କୁ ଭରସା ବାରଣ୍ଡା । ଏମିତି ହୋଇଛି ବିଜେଡି ସରକାରବେଳେ 5T ସ୍କୁଲର ରୂପାନ୍ତରଣ । ବର୍ଷ ବର୍ଷ ଧରି ସମସ୍ୟାରେ କୁନି କୁନି ପିଲା ।ଏ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲୋବା ପଞ୍ଚାୟତ ତାଲା ସାହି ଗାଁ ପ୍ରାଥମିକ ବିଦ୍ୟାଳୟ । ୧୯୫୯ ମସିହାରେ ସ୍ଥାପନ ହୋଇଥିବା ଏହି ସ୍କୁଲରେ ରହିଛି ଶ୍ରେଣୀଗୃହର ଘୋର ସମସ୍ୟା । ପ୍ରଥମରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ୬୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ମୋଟ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । 5ଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର ଗୋଟିଏ କୋଠା ଘର । ଏହି ଘରେ ବିଦ୍ୟାଳୟ କାର୍ଯ୍ୟାଳୟ ଚାଲୁଥିବାବେଳେ ଗୋଟିଏ ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି । ବାକି 3ଟି ଶ୍ରେଣୀର ପିଲାଙ୍କୁ ବାରଣ୍ଡାରେ ଶିକ୍ଷାଦାନ କରାଯାଉଛି ।.. ଖାଲି ସେତିକି ନୁହେଁ, ସ୍କୁଲର ସୁରକ୍ଷା ପାଚେରୀ ନଥିବାବେଳେ ଶୌଚାଳୟର ଅବସ୍ଥା ଶୋଚନୀୟ ହୋଇପଡିଛି ।

ବାରମ୍ବାର ଅଭିଯୋଗ ପରେ ନୂତନ କ୍ଲାସରୁମ୍ ନିର୍ମାଣ ଲାଗି 5T ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆସିଥିଲା । ହେଲେ ଶ୍ରେଣୀଗୃହ ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବାବେଳେ ଟଙ୍କା ହରିଲୁଟର ଅଭିଯୋଗ ହୋଇଛି । କେବଳ ତାଲାସାହି ପ୍ରାଥମିକ ବିଦ୍ୟାଳୟ ନୁହେଁ । ଏ ଦୃଶ୍ୟ ଦେଖନ୍ତୁ, ଭ୍ରମରସିଂ ଗାଁରେ ମଧ୍ୟ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ।... ଏହି କେନ୍ଦ୍ରର ନୂତନ ଗୃହ କାମ ନିର୍ମାଣ ହୋଇ ଦୀର୍ଘ ୨୦ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନଥିବାବେଳେ ପିଲାମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Students are sitting on the school porch and studying | Argus News