Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

Key Points

ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ

୨୦୭ ଜଣ ପିଲା ନନ୍ଦପୁର ଗୋଷ୍ଠୀ ଉନୟନ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ

ଗୋଷ୍ଠୀ ଉନୟନ ଅଧିକାରୀ କହିଲେ ତୁରନ୍ତ ସମସ୍ୟାର ସମାଧାନ କରାଯିବ

ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ। ସୂଚନା ମୁତାବକ ଅବିଭକ୍ତ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମାରେ ଥିବା ନନ୍ଦପୁର ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ର ନିବାସରେ ଆଜି ସକାଳେ ୨୦୭ ଜଣ ପିଲା ନନ୍ଦପୁର ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଗା ପ୍ରସାଦ ଦୋରାଙ୍କ ନିକଟରେ ପହଞ୍ଚିଥିଲେ। ଦେଖାକରିବା ସହ ଏକ ଲିଖିତ ଅଭିଯୋଗ ପତ୍ର ମଧ୍ୟ ଦେଇଛନ୍ତି। ଏହି ଅଭିଯୋଗପତ୍ରରେ ଲେଖାଯାଇଥିଲା କି, ଆମେ ମାନେ ବହୁତ ଅବହେଳାରେ ଅଛୁ। ଆମମାନଙ୍କୁ ଅତି ନିମ୍ନମାନର ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଉଛି।


ଆମେ ଏହାକୁ ନେଇ ଛାତ୍ରାବାସରେ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଆମକୁ ଏଭଳି ଅବହଳା କରାଯାଉଥିଲା ଯେ, ଆମେ ଆଗରୁ ଅଭିଯୋଗ କରିବାକୁ ମଧ୍ୟ ଦିଆଯାଉ ନ ଥିଲା। କିନ୍ତୁ ଏବେ ଆମେ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେଇ ଆପଣଙ୍କ ନିକଟକୁ ଆମ ସମସ୍ୟା ଜଣାଇବାକୁ ଆସିଛୁ। ଖାଲି ମଧ୍ୟାହ୍ନ ଭୋଜନ ନୁହେଁ ବିଦ୍ୟାଳୟ ଛାତ୍ରାବାସରେ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲା ବୋଲି ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ନନ୍ଦପୁର ଗୋଷ୍ଠୀ ଉନୟନ ଅଧିକାରୀ ଦୋରା ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ କରିଥିବାରୁ ଏବେ ଖାଦ୍ୟର ମାନ ଠିକ ରହିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored