Students Risk / ଭରା ନଈରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
·10 months ago·2 min read

Key Points
ବାଜିରେ ଲାଗିଛି ଜୀବନ I
ଭରା ନଇରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
ଭରା ନଇରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
ବାଜିରେ ଲାଗିଛି ଜୀବନ I ଭରା ନଇରେ ସ୍କୁଲ ଯାଉଛନ୍ତି କୁନି କୁନି ପିଲା I ପାଣିରେ କୁମ୍ଭିର ଥିବା ବେଳେ ବିପଦ ପୂର୍ଣ୍ଣ ଡଙ୍ଗା ଯାତ୍ରା ଏବେ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ I ପ୍ରଶାସନ କହିଛି ସ୍ଥିତି ଦେଖି ପଦକ୍ଷେପ ନିଆଯିବ I ପାଣିରେ କୁମ୍ଭୀର ହାଉ ଯାଉ ହେଉଥିବା ବେଳେ ବିପଦ ସଙ୍କୁଳ ଅବସ୍ଥା ନଦୀ ପାର ହେଉଛନ୍ତି ସ୍କୁଲ ପିଲା I ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତର ଏ ଦୃଶ୍ୟ ଯେତିକି ବିପଜ୍ଜନକ, ସେତିକି ଚିନ୍ତାଜନକ I
ତମାମ ଗାଁ ଲୋକଙ୍କ ଭରସା ଏହି ଡଙ୍ଗା । ଲୋକଙ୍କ ପାଇଁ ବିପଦ ପାଲଟିଛି ମହାନଦୀର ସାତକୋଶିଆ ଗଣ୍ଡ ନିକଟରେ ଥିବା ଏହି ଜଳେଶ୍ଵର ନଦୀ I ଗଣ୍ଡରେ ଶହ ଶହ କୁମ୍ଭୀର ଥିବା ବେଳେ ବହୁ କୁମ୍ଭୀର ଏହି ନାଳରେ ବି ଦେଖାଯାଆନ୍ତି। ଟିକରପଡ଼ା ପଞ୍ଚାୟତର ମଝିପଡ଼ା, ଗଈନ୍ଦି, ବେହେରା ସାହି ଓ କରଡ଼ାପଡ଼ା ଚାରିଟି ଗାଁର ଲୋକେ ଏହି ନଦୀ ପାର ହୋଇ ଯାଆସ କରନ୍ତି I ବିଶେଷ କରି ସ୍କୁଲ ପିଲାଙ୍କ ଜୀବନ ଏହି ଦେଶୀ ଡଙ୍ଗାରେ ସବୁଦିନ ଏମିତି ବାଜିରେ ଲାଗେ ।
ଏଥିସହ ପଢ଼ନ୍ତୁ: ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ !
ନଦୀ ଆରପଟେ ରହିଛି ଟିକରପଡ଼ା ପଞ୍ଚାୟତ ଅଫିସ୍। ଭତ୍ତା, ରାସନରୁ ନେଇ ସମସ୍ତ ସରକାରୀ କାମ ଓ ସୁବିଧା ପାଇଁ ଲୋକେ ନଦୀ ପାର ହେବାକୁ ବାଧ୍ୟ। ନଦୀରେ ସବୁବେଳେ ରହେ 20 ଫୁଟ୍ ରୁ ଅଧିକ ପାଣି । ବର୍ଷା ଦିନରେ ତ ଏହା 50 ଫୁଟ୍ ରୁ ଅଧିକ ହୋଇଯାଏ I ପୋଲ ପାଇଁ ଲୋକେ ଦୀର୍ଘ ଦିନରୁ ଦାବି କରିଥିଲେ ବି କେହି ଶୁଣିନାହାନ୍ତି। ଉପଜିଲ୍ଲାପାଳ କହିଛନ୍ତି, ପ୍ରଶାସନର ଏକ ଟିମ୍ ତଦନ୍ତ କରିବ, ପୋଲ ପାଇଁ ପଦକ୍ଷେପ ନିଆଯିବ। କେବଳ ଯେ ଏଭଳି ଦୃଶ୍ୟ ଏହି ଗୋଟିଏ ସ୍ଥାନରୁ ଦେଖିବାକୁ ମିଳୁଛି ତାହା ନୁହେଁ, ରାଜ୍ୟର ଅନେକ ସ୍ଥାନରୁ ସମାନ ଦୃଶ୍ୟ ସାମ୍ନାକୁ ଆସୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଠି ଭଲ ରାସ୍ତା ନଥିବାବେଳେ, ଆଉ କେଉଁଠି ଶିକ୍ଷା ବ୍ୟବସ୍ଥା ଟଳମଳ। ବିଜେଡି ସରକାର ୨୪ ବର୍ଷ ଶାସନ ଗାଦିରେ ବସି ସାଧାରଣ ଲୋକଙ୍କୁ କେବଳ ବାହାସ୍ପୋଟ ମାରି ଫାଙ୍କି ଦେଇଥିଲା। ଯେଉଁଥି ପାଇଁ ଏଭଳି ପରିସ୍ଥିତିର ଶିକାର ହୋଇଛନ୍ତି ଲୋକେ। ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ମିଛ ପ୍ରତିଶ୍ରୁତି ଦେଇ ଫାଙ୍କି ଦେଇଛି ବିଜେଡି ସରକାର। ବର୍ତ୍ତମାନ ସମୟ ବଦଳିଛି। ପରିସ୍ଥିତି ଖୁବ ଶୀଘ୍ର ସୁଧୁରିବ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories