Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲର ଝରକା ରେଲିଂରେ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

Smruti Parija
Browse all articles by Smruti Parija
·10 months ago·1 min read
ସ୍କୁଲର ଝରକା ରେଲିଂରେ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣା; ପ୍ରଧାନ ଶିକ୍ଷକ ନିଲମ୍ବିତ

Key Points

ସ୍କୁଲର ଝରକା ରେଲିଂରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣା

ପ୍ରଧାନ ଶିକ୍ଷକ ହେଲେ ନିଲମ୍ବିତ

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କଲେ ବ୍ଳକ ଶିକ୍ଷା ଅଧିକାରୀ

ସ୍କୁଲର ଝରକା ରେଲିଂରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡ ଫସିବା ଘଟଣାରେ ପ୍ରଧାନ ଶିକ୍ଷକ ହେଲେ ନିଲମ୍ବିତ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ତାଲା ପକାଇବା ଘଟଣାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି ବ୍ଳକ ଶିକ୍ଷା ଅଧିକାରୀ । ତାଙ୍କୁ ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


ପୁରା ଘଟଣା ଥିଲା କିଛି ଏହିପରି । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କୁ ଗତକାଲି ସ୍କୁଲ ଛୁଟି ସମୟ ରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇ ଥିଲେ ସ୍କୁଲ କର୍ତ୍ତୃପକ୍ଷ । ଅପରାହ୍ନ 4 ଟା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହ ଏବଂ ସ୍କୁଲରେ ତାଲା ଦେଇ ପଳାଇଥିଲେ l କିନ୍ତୁ ଝିଅଟି ସ୍କୁଲ ଗୃହରେ ରହିଯାଇଥିଲା l ସ୍କୁଲରୁ ନଫେରିବା ପରେ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ l ପରେ ଆଜି ସ୍କୁଲ ରୋଷେୟା ଆସି ସକାଳ 9 ଟା ରେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଫଶି ରହିଥିବା ଦେଖିବାକୁ ମିଳିଥିଲା l ଆଜି ଉଦ୍ଧାର ହେବା ପରେ ଝିଅର ବାପା ଓ ପ୍ରଧାନ ଶିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇ ସ୍କୁଲକୁ ଫେରାଇ ଆଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
students-head-gets-stuck-in-school-window-railing-principal-suspended-argus-news | Argus News