Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ

Smruti Parija
Browse all articles by Smruti Parija
·2 years ago·1 min read
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଅସହ୍ୟ ଗରମରେ ଆଉଟୁ ପାଉଟୁ ପୁରା ରାଜ୍ୟ । ଆଉ ଏ ତାତିରେ ପରୀକ୍ଷା ଦେବା ଅସମ୍ଭବ । ଏନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଯୁକ୍ତ 3 ଦ୍ୱିତୀୟ ବର୍ଷ ଛାତ୍ରୀ । ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି ଛାତ୍ରୀ । ପ୍ରବଳ ଖରା ହେଉଥିବାରୁ ବିଶ୍ବବିଦ୍ୟାଳୟ ଆସି ପରୀକ୍ଷା ଦେବା ସମ୍ଭବପର ନୁହଁ ବୋଲି ଦାବି ନେଇ ଆନ୍ଦୋଳନ କରିଛନ୍ତି । 

ଗତକାଲି କୁଳପତି କାର୍ଯ୍ୟାଳୟ ବାହାରେ ଧାରଣାରେ ବସିଥିବାବେଳେ ଆଜି ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବସିଛନ୍ତି ଛାତ୍ରୀ । ସେପଟେ ଆସନ୍ତା 30 ରୁ ମେ' 18 ତାରିଖ ଯାଏଁ ଚାଲିବ ଯୁକ୍ତ 3 ପରୀକ୍ଷା । ସେପଟେ ଦିନ 11 ଟା 30 ସୁଦ୍ଧା ଭୁବନେଶ୍ୱରରେ 39.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Meteorological Centre, Bhubaneswar (@mcbbsr) April 26, 2024

 

 

Sponsored
Students protest outside Ramadevi Women's University | Argus News