Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଷ୍ଟେଲରେ ଛାତ୍ରଙ୍କ ଉତ୍ପାତ, ସିନିୟର କହି ଜୁନିୟରକୁ ଦେଲେ ନିର୍ଯାତନା

Odisha

ହଷ୍ଟେଲରେ ଛାତ୍ରଙ୍କ ଉତ୍ପାତ, ସିନିୟର କହି ଜୁନିୟରକୁ ଦେଲେ ନିର୍ଯାତନା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ହଷ୍ଟେଲରେ ଛାତ୍ରଙ୍କ ଉତ୍ପାତ, ସିନିୟର କହି ଜୁନିୟରକୁ ଦେଲେ ନିର୍ଯାତନା

ହଷ୍ଟେଲ ଛାତ୍ରଙ୍କ ଜଘନ୍ୟ କାଣ୍ଡ। ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟିଲେ କ୍ଷତରେ ଲୁଣ ମାରିଦେଲେ । ତାପରେ ବନ୍ଦ କଠୋରୀରେ ଦେଲେ ନିର୍ଯାତନା। ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଘଟଣା।

ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ରାଗିଙ୍ଗ କରିଛନ୍ତି। ଏକ ରୁମ ଭିତରେ ଛାତ୍ରଙ୍କୁ ଅଟକାଇବା ସହିତ ଲୁହା ରଡ୍‌ରେ ମାଡ଼ ମାରି ହାତରେ ଲୁହାରଡ଼ ଭର୍ତ୍ତି କରିଥିଲେ। ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତ କାଟି କଟା ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ। ଏନେଇ ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରଙ୍କ ବାପା ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସେହିଭଳି ନୀଳଗିରି ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରୁ ବି ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । କହିଲେ, ଆମେ ବରି‌ଷ୍ଠ ଛାତ୍ର, ଆମ କଥା ମାନି ରୁମ୍‌ରେ ଝାଡ଼ୁ ମାର। ନହେଲେ କିଛି ଭଲ ହେବନି। ତେବେ ଝାଡୁ ନକରିବାରୁ ଅଷ୍ଟମ ଓ ନବମ ଶ୍ରେଣୀର ଅନ୍ତେବାସୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି କେତେକ ଦଶମ ଶ୍ରେଣୀ ଛାତ୍ର। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଜଡ଼ିବାଲି ପଞ୍ଚାୟତର ବଣଭୂଇଁ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ।

ସୂଚନା ଅନୁସାରେ; ଗତକାଲି ରାତି ବଣଭୂଇଁ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ଦଶମ ଶ୍ରେଣୀର କିଛି ଅନ୍ତେବାସୀ ଅଷ୍ଟମ ଓ ନବମ ଶ୍ରେଣୀର ୧୫ ଜଣରୁ ଅଧିକ ଅନ୍ତେବାସୀଙ୍କୁ ରୢାଗିଂ କରିଥିଲେ। ରୁମ୍‌ରେ ଝାଡ଼ୁମାରି ସଫା କରିବା ପାଇଁ କହିଥିଲେ। ହେଲେ ଜୁନିଅର୍‌ ଛାତ୍ରମାନେ ସେମାନଙ୍କ କଥା ମାନି ନଥିଲେ। ଫଳରେ ସେମାନଙ୍କୁ ଛାତ୍ରାବାସର ଗୋଟିଏ କୋଠରୀରେ ପୂରାଇ ସିନିଅର୍‌ ଛାତ୍ରମାନେ ବାଡ଼ିରେ ନିର୍ଘାତ ପିଟିଥିଲେ। ରାଗିଂର ଶିକାର ଛାତ୍ରମାନେ ଗଣମାଧ୍ୟମ ଆଗରେ ସବୁକଥା କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Student's Ragging in hostel, senior harasses junior | Argus News