Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯବାନଙ୍କ ପାଖକୁ ରାକ୍ଷୀ ପଠାଇଲେ ଛାତ୍ରଛାତ୍ରୀ

Odisha

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯବାନଙ୍କ ପାଖକୁ ରାକ୍ଷୀ ପଠାଇଲେ ଛାତ୍ରଛାତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·8 months ago
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯବାନଙ୍କ ପାଖକୁ ରାକ୍ଷୀ ପଠାଇଲେ ଛାତ୍ରଛାତ୍ରୀ

Key Points

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ
ଯାଜପୁର ଚଉଷଠିପଡ଼ା ନୋଡାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ
ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଯବାନଙ୍କ ପାଖକୁ ରାକ୍ଷୀ ପଠାଇଲେ ଛାତ୍ରଛାତ୍ରୀ

ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ । ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବୀର ସୈନିକଙ୍କ ପାଇଁ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ପଠାଇଲେ ଛାତ୍ରଛାତ୍ରୀ । ଦେଶ ପ୍ରେମର ଏଭଳି ଝଲକ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଅଂଚଳରେ । ସ୍ଥାନୀୟ ଚଉଷଠିପଡ଼ା ନୋଡାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।


ତୁଳା, କାଗଜ, ଷ୍ଟୋନରେ ପାଖାପାଖି ୨ ହଜାର ରାକ୍ଷୀ ତିଆରି କରିଛନ୍ତି । ରାକ୍ଷୀକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିକଟସ୍ଥ ଉପ-ଡାକଘର ମାଧ୍ୟମରେ ଦୁଇଟି ସେନା ମୁଖ୍ୟାଳୟକୁ ପଠାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଏଥିରେ ସହଯୋଗ କରିଥିଲେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students send Rakshi to the soldiers before Rakshi Purnima | Argus News