ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପୁରୀ: ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଘଣ୍ଟା ଘଣ୍ଟା ଧରି ସାହାରା ପାଲଟିଲା ମହମବତୀ ଆଲୁଅ । ପଦାରେ ପଡିଲା ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରୀକରଣ ଯୋଜନାର ବାସ୍ତବତା । ଏହା କୌଣସି ଉପାନ୍ତର ବିକଳ ଚିତ୍ର ନୁହେଁ ବରଂ ପୁରୀ ଜିଲ୍ଲାରୁ ଅବ୍ୟବସ୍ଥାର ଦୃଶ୍ୟ ସାମନାକୁ ଆସିଛି । ଅଘୋଷିତ ବିଦ୍ୟୁତ୍ କାଟର ପ୍ରଭାବ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡିଛି । ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସକାଳ ୭ ଟା ରୁ ୯ ଟା ଯାଏଁ ଓ ଦ୍ବିତୀୟ ସିଟିଂରେ ୯ ଟା ଠାରୁ ପୂର୍ବାହ୍ନ ସାଢେ଼ ୧୧ ଟା ପର୍ଯ୍ୟନ୍ତ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପିଲା ମହମବତୀ ଆଲୁହରେ ପରୀକ୍ଷା ଦେଇଥିଲେ ।
ପୁରୀ ସଦର ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ମଙ୍ଗଳବାରଠାରୁ ବିଦ୍ୟୁତ କାଟ ହୋଇଥିଲା । ପିଲାଙ୍କ ପରୀକ୍ଷା ଥିବା ସତ୍ତ୍ବେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖାଦେଇନଥିଲା । ମଙ୍ଗଳବାରଠାରୁ ବିଦ୍ୟୁତ ବିଚ୍ଛିନ୍ନ କରି ଚୁପ ବସିପଡିଥିଲା ବିଦ୍ୟୁତ ବିଭାଗ । ସେପଟେ ଶିକ୍ଷାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଫଳ ଶୂନ । ଅନ୍ଧାରରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଉଛନ୍ତି ସରକାର ।
ଅଧିକ ଦେଖନ୍ତୁ :