ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଭିଟାମିନ ଯୁକ୍ତ କ୍ଷୀର

ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ ଭିଟାମିନ ଯୁକ୍ତ କ୍ଷୀର । ପିଲାଙ୍କୁ ୨୦୦ ଗ୍ରାମ କ୍ଷୀର ଦେବାକୁ ସରକାର ଯୋଜନା କରୁଥିବା ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ସୂଚନା । ମୟୂରଭଞ୍ଜରେ ଆରମ୍ଭ ହୋଇଛି ପାଇଲଟ ପ୍ରୋଜେକ୍ଟ । ଗତକାଲି ଜିଲ୍ଲାର 29ଟି ସ୍କୁଲର 1 ହଜାର 184 ଛାତ୍ରଛାତ୍ରୀଙ୍କୁ ମିଳିଛି ଗିଫ୍ଟ କ୍ଷୀର ।
ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ 200 ମିଲିଗ୍ରାମ ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ପାଇଲଟ ପ୍ରଜୋକ୍ଟ ଭାବେ ଗତକାଲି ମୟୂରଭଞ୍ଚରେ ଗିଫ୍ଟ କ୍ଷୀର ମାଧ୍ୟମରେ 29ଟି ସ୍କୁଲରେ ଏକ ହଜାର 184 ପିଲାଙ୍କୁ 200 ଗ୍ରାମର କ୍ଷୀର ଦେବାର କାଲି ଶୁଭାରମ୍ଭ ହୋଇଛି। ଏହି ପ୍ରଜୋକ୍ଟକୁ ସାରା ରାଜ୍ୟରେ ଲାଗୁ କରିବା ଲାଗି ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେହିପରି ଗୋକୁଳ ଯୋଜନାରେ 3000 ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି। ଏଥିରେ ପାଖାପାଖି 38 କୋଟି ଟଙ୍କାର ବୟ ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ 70 ପ୍ରତିଶତ ରିହାତିରେ 2ଟି ଗାଈ ଲୋକଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି।