Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

Smruti Parija
Browse all articles by Smruti Parija
·1 year ago
ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ପୁରୀ: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ସେବାୟତ ଓ ସୁଆରମହାସୁଆର ନିଯୋଗର ସଦସ୍ୟ।  ଓମଫେଡ୍ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ଚିଠି ଲେଖିଲେ ସେବାୟତ । 

ଶୁଦ୍ଧ ଦେଶୀ ଗାଇ ଘିଅ, କ୍ଷୀର, ଲହୁଣୀ ଓ ଦହିର ଉତ୍ପାଦନ ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଅମୃତମଣୋହୀ ଜମିରେ ଏକ ଗାଇ ଫାର୍ମ ନିର୍ମାଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସେବାୟତ । ମହାପ୍ରଭୁଙ୍କ ନାମରେ ଗଚ୍ଛିତ ରହିଥିବା ଅର୍ଥରେ ଗୋଶାଳା ବା ଡାଏରୀ ଫାର୍ମ ପରିଚାଳନା କରିବାକୁ ଚିଠିରେ ଉଲ୍ଲେଖ ରହିଥିବା କହିଛନ୍ତି ସୁଆର ମହାସୁଆର ନିଯୋଗର ସଦସ୍ୟ । ସେପଟେ ଗୋଶାଳା ନିର୍ମାଣ ହେଲେ ଗୋ ସୁରକ୍ଷା ମଧ୍ୟ ହୋଇପାରିବ ବୋଲି କହିଛନ୍ତି ନିଯୋଗର ସଦସ୍ୟ ମଧୁସୂଦନ ସୁଆର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
suara-mahasura-nijog-write-letter-to-pm-for-pure-use-of-ghee-in-puri-temple | Argus News