Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିସେମ୍ବର ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା

Smruti Parija
Browse all articles by Smruti Parija
·1 year ago·2 min read
ଡିସେମ୍ବର ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା

Key Points

 -ଡିସେମ୍ବର ସୁଦ୍ଧା କୋଟିଏରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା
- ନଭେମ୍ବରରେ ଆଉ ୨୦ ଲକ୍ଷ ମହିଳା ହେବେ ଉପକୃତ
- ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି
- ଖାରଜ ଆବେଦନର ପୁନର୍ବିଚାର ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

- ବିଡ଼ିଓଙ୍କୁ ନୋଡ଼ାଲ ଏଜେନ୍ସିର ଦାୟିତ୍ବ ଦେଲେ ରାଜ୍ୟ ସରକାର
- ୨୧ରୁ ୬୦ ପର୍ଯ୍ୟନ୍ତ ମିଳିବ ସୁଭଦ୍ରା ଟଙ୍କା  ଆଉ ପରେ ବାର୍ଦ୍ଧକ୍ୟ ଭତ୍ତା

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି । ଏ ନେଇ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ଆବେଦନର ପୁନର୍ବିଚାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।  ଏ ନେଇ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ବ ଦିଆଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାର ଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି ।

୧ - ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ
୨ - ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ
୩ - ବ୍ୟାଙ୍କ ଲିଙ୍କେଜ ନ ଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀ କରଣ ଦାଖଲ କରିବାକୁ ହେବ 
୪ - ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକରିଆ ଭାବେ କଟା ଯାଇଥିଲେ,  ଯାଞ୍ଚ କରାଯାଇ ସାମିଲ କରାଯିବ 

ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷ ରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଥିବା ବେଳେ ଡିସେମ୍ବରରେ ମିଳିବ ଚର୍ତୁଥ ପର୍ଯ୍ୟାୟ ଟଙ୍କା ସହ ଏକ କୋଟି ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ସୁଭଦ୍ରା ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ସୁଭଦ୍ରା ଯୋଜନାକୁ ରାଜନୈତିକ ପ୍ରସଙ୍ଗ କରି ମହିଳା ଙ୍କୁ ଭ୍ରମିତ କରୁଥିଲେ ବିରୋଧୀ । ସମସ୍ତଙ୍କୁ ଟଙ୍କା ମିଳିବା ନେଇ ସରକାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପରେ ଶୁଣନ୍ତୁ କଣ କହୁଛି ବିଜେଡି ।

ଅଧିକରୁ ଅଧିକ ମହିଳାକୁ ସୁଭଦ୍ରା ଯୋଜନାରେ ଯୋଡିବାର ପ୍ରୟାସକୁ ସ୍ବାଗତ କରିଛନ୍ତି ସବୁ ବର୍ଗର ମହିଳା ।  ୨୧ ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ଆଉ ତା ପରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବେ ରାଜ୍ୟ ସରକାର । ଅର୍ଥାତ ବାର୍ଦ୍ଦକ୍ୟ ଭତ୍ତା ପାଇଁ 60 ପରେ ଆଉ ଥରେ ଆବେଦନ କରିବାକୁ ପଡିବ ନାହିଁ । 

Sponsored