Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SUBARNAPUR COLLECTOR / ପୂର୍ବ ସରକାରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ କଲେ ଟାର୍ଗେଟ

Bikash Mohanty
Browse all articles by Bikash Mohanty
·5 months ago·2 min read
ପୂର୍ବ ସରକାରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ କଲେ ଟାର୍ଗେଟ
COLLECTOR

Key Points

ପୂର୍ବ ସରକାରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ କଲେ ଟାର୍ଗେଟ
କହିଲେ ପୁର୍ବ ସରକାର ଟଚ୍ ମି ନଟ୍, ଟକ୍ ମି ନଟ୍ ଓ ସି ମି ନଟ୍

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ପୂର୍ବ ସରକାରଙ୍କୁ ଜିଲ୍ଲାପାଳଙ୍କ ନିଶାନା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ କଲେ ଟାର୍ଗେଟ । ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତି ମେଳା ମଞ୍ଚ ରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନା ରେ ବିଜେଡି ସରକାରର ଶାସନ ବ୍ୟବସ୍ଥାର ପୋଲ ଖୋଲିଛନ୍ତି ଖୋଦ ଜିଲ୍ଳାପାଳ, କହିଲେ ସମୟ ଥିଲା ଯେତବେଳେ ଏ ସଂସ୍କୃତିରେ ବି ଶାସକ ଥିଲେ ମତେ ଦେଖିପାରିବ ନାହିଁ, ମତେ କଥା ହେଇପାରିବ ନାହିଁ, ମତେ ଛୁଇଁ ପାରିବ ନାହିଁ।  ଆଜି ସେହି ପରମ୍ପରାକୁ ସେହି ସଂସ୍କୃତି କୁ ସମୂଳେ ଉତ୍ପାଟନ କରିବାରେ ସକ୍ଷମ ହୋଇଛନ୍ତି ବର୍ତମାନର ସରକାର। 

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯାହା କହିଛନ୍ତି ତାହା ସଂପୁର୍ଣ  ସତ୍ୟ ଉପରେ ଆଧାରିତ।  ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର  ସାଧାରଣ ଲୋକଙ୍କ ସହ କୌଣସି ସଂପର୍କ ନଥିଲା। ସାଧାରଣ ଲୋକ ତ ଦୁରର କଥା ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନେ ବି ତାଙ୍କୁ ଭେଟି ପାରୁ ନଥିଲେ। କିଛି ହାତ ଗଣତି ବ୍ୟୁରୋକ୍ରେଟ ଦ୍ବାରା ସରକାର ପରିଚାଳିତ ହେଉଥିଲା।  ନବୀନ ପଟ୍ଟନାୟକ ସରକାରରେ ବିକାଶ କ୍ଓଷେତ୍ଡ଼ିରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଥିଲା। ରାଜ୍ୟବାସୀ ୨୦୨୪ ସାଧାରଣ ନିର୍ବାଚନରେ ସେହି ସରକାରଙ୍କୁ କବର ଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ଏବେକାର ସରକାର ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ। ଲୋକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରୁଛନ୍ତି ଗୁହାରି କହିପାରୁଛନ୍ତି ଓ ତାର ସମାଧାନ ବି ହେଉଛି। 


       ସେପଟେ  ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ  ବୟାନକୁ  ନିନ୍ଦା କଲା ବିଜେଡି।  ଏହା ମୁଖ୍ୟ ଶାସନ ସଚିବଙ୍କ ବିଫଳତା।  ଏପରି ବିବୃତି ଦେଇ ଜିଲ୍ଲାପାଳ ପ୍ରମାଣିତ କରିଛନ୍ତି ଯେ ଶାସନ ହୁଗୁଳା ହୋଇଗଲାଣି. ସୁବର୍ଣ୍ଣପୁର ଜିଲ୍ଲା, ଯେଉଁଠି ଚାଷୀ ସମସ୍ୟା ଉତ୍କଟ, ସେ ଦିଗରେ ସମାଧାନର ବାଟ ବାହାର ନ କରି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଏପରି କରିଛନ୍ତି ବୋଲି କହିଛନ୍ତି  ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି । 

ଗତକାଲି ସୁବର୍ଣ୍ଣପୁର ହୋଇଥିଲା ସୁଭଦ୍ରା ଶକ୍ତିମେଳା। ଏଥିରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ୧୮୪୮ ସ୍ବୟଂ ସହାୟକ ଗୋଷ୍ଠି  ପାଇଁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ବ୍ୟବସ୍ଥା ଓ ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିଭଳି ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SUBARNAPUR COLLECTOR | Subarnapur Collector Dr. Nrupraj Sahu Criticizes Previous Government | Argus News