Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ସୁଭଦ୍ରା' ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ, NPCI କ୍ଲିଅର ଲାଗି ବ୍ୟାଙ୍କରେ ୨ ଦିନ ସ୍ଵତନ୍ତ୍ର ବ୍ୟବସ୍ଥା

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ସୁଭଦ୍ରା' ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ, NPCI କ୍ଲିଅର ଲାଗି ବ୍ୟାଙ୍କରେ ୨ ଦିନ ସ୍ଵତନ୍ତ୍ର ବ୍ୟବସ୍ଥା

Key Points

୨୯ ଓ ୩୦ରେ ବ୍ୟାଙ୍କରେ ସ୍ଵତନ୍ତ୍ର ବ୍ୟବସ୍ଥା

ଏନପିସିଆଇ ସକ୍ରିୟ ଲାଗି ସ୍ଵତନ୍ତ୍ର କ୍ୟାମ୍ପ 

ବ୍ୟାଙ୍କ ପକ୍ଷରୁ କଲ୍ ସହ ମେସେଜ୍ ଦିଆଯିବ

ଭୁବନେଶ୍ଵର: ସମସ୍ତଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା । 'ସୁଭଦ୍ରା' ଆବେଦନ କରି କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ଲାଗି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନପିସିଆଇ ଫେଲ୍ ଯୋଗୁଁ 'ସୁଭଦ୍ରା' ଟଙ୍କା ପାଇ ନଥିବା ମହିଳାଙ୍କ ଲାଗି ସରକାର ବ୍ୟାଙ୍କ ଗୁଡ଼ିକ ସହ ମିଶି ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ଆସନ୍ତାକାଲି ଓ ପରଦିନ ସ୍ଵତନ୍ତ୍ର ବ୍ୟବସ୍ଥା କରିବେ ।


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୩ ଲକ୍ଷ ୩୧ ହଜାର ୧୮୮ ଜଣ ଆବେଦନକାରୀଙ୍କ ଏନପିସିଆଇ ଫେଲ୍ ହୋଇଛି । ଏମାନେ ପ୍ରକୃତ ହିତାଧିକାରୀ । ଏନପିସିଆଇ କ୍ଲିଅର ହେଲେ ଚତୁର୍ଥ ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ମିଳିବ । ଏନେଇ ସରକାର ବ୍ୟାଙ୍କ ସହ ଆଲୋଚନା କରିଛନ୍ତି । ଜାନୁଆରୀ ୨୯ ଓ ୩୦ରେ ବ୍ୟାଙ୍କ ଗୁଡ଼ିକ ବିଶେଷ କରି ଏନପିସିଆଇ ଫେଲ୍ୟୁର ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି ।


ଯେଉଁମାନଙ୍କ ସୁଭଦ୍ରା ଆବେଦନରେ ଏନପିସିଆଇ ଫେଲ୍ୟୁଅର ହୋଇଛି, ସେମାନେ ବ୍ୟାଙ୍କକୁ ଯିବେ । ଏଥିପାଇଁ ବ୍ୟାଙ୍କ ପକ୍ଷରୁ କଲ୍ ସହ ମେସେଜ୍ ଦିଆଯିବ । ଏଥିପାଇଁ ୨ ଦିନ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି ବ୍ୟାଙ୍କରେ । ବ୍ୟାଙ୍କକୁ ଯାଇ ଏନପିସିଆଇକୁ ଆକ୍ଟିଭେଟ୍ କଲେ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ବି ୧ ଲକ୍ଷ ୫୫ ହଜାର ୧୫୮ ଜଣ ଇ-କେୱାଇସି କରି ନଥିବା ସେ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନପିସିଆଇ ଫେଲ୍ୟୁର କ୍ଷେତ୍ରରେ ହିତାଧିକାରୀ ବ୍ୟାଙ୍କ ଯିବା ଦରକାର । ଏଥିପାଇଁ ସୁଭଦ୍ରା ଆବେଦନକାରୀ ବ୍ୟାଙ୍କକୁ ଯାଆନ୍ତୁ । ଏନପିସିଆଇ କ୍ଲିଅର ହେଲେ ହିଁ ଚତୁର୍ଥ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି ।


ଏବେ ସୁଦ୍ଧା ୧ କୋଟି ୭ ଲକ୍ଷ ୨୩ ହଜାର ୨୯୪ ଜଣ ସୁଭଦ୍ରା ପାଇବାକୁ ପଞ୍ଜିକରଣ କରିଛନ୍ତି । ୮୦ ଲକ୍ଷ ୨୯ ହଜାର ୭୪୧ ମହିଳାଙ୍କୁ ସହାୟତା ମିଳିଛି । ଇ-କେୱାଇସି କରିନାହାନ୍ତି ୧ ଲକ୍ଷ ୫୫ ହଜାର ୧୫୮ ଜଣ । ୧ ଲକ୍ଷ ୭୫ ହଜାର ୧୧୯ ଜଣ ଆବେଦନକାରୀଙ୍କ ଫିଲ୍ଡ ଭେରିଫେକସନ ହୋଇ ନାହିଁ ।

Sponsored
Subhadra Applicants Should Go Bank For Activate Of NPCI | Argus News