Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ ଘରେ ସୁଭଦ୍ରା,ସାରା ରାଜ୍ୟରେ ଉତ୍ସାହ

Odisha

ଘରେ ଘରେ ସୁଭଦ୍ରା,ସାରା ରାଜ୍ୟରେ ଉତ୍ସାହ

Sangram Tripathy
Browse all articles by Sangram Tripathy
·1 year ago·2 min read
ଘରେ ଘରେ ସୁଭଦ୍ରା,ସାରା ରାଜ୍ୟରେ ଉତ୍ସାହ

 
ଅର୍ଗସ ବ୍ୟୁରୋ: ସୁଭଦ୍ରାକୁ ନେଇ ଥମୁନି ଚର୍ଚ୍ଚା,ବଢୁଛି ମହିଳାଙ୍କ ଉତ୍ସାହ। । କୋଟିଏ ମହିଳାଙ୍କ ଭରଷା ଓ ବିଶ୍ବାସ ସାଜିଛି ସୁଭଦ୍ରା ଯୋଜନା । ରାଜ୍ୟରେ ୫୦ଲକ୍ଷ ଟପିଲାଣି ସୁଭଦ୍ରା ପଞ୍ଜିକରଣ । ଏବେ ଘରେ ଘରେ ସୁଭଦ୍ରା। ପ୍ରତି ବ୍ଲକ୍ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ପ୍ରତି ପଞ୍ଚାୟତରେ ପଥପ୍ରାନ୍ତ ନାଟକ ଆଦିର ଆୟୋଜନ ସହ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ଉପରମୁହାଁ ସୁଭଦ୍ରା ମିଟର। ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଭୁବନେଶ୍ବର ଜନତା ମୈଦାନରେ ପିଏମଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ଲକ୍ଷାଧିକ ମହିଳା । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ସୁଭଦ୍ରା ଅପାର ଆଖ୍ୟା ଦିଆଯିବ । ସୁଭଦ୍ରା ଅପାର କାହାଣୀକୁ ମୋ ସୁଭଦ୍ରା ଷ୍ଟୋରି ଭାବେ ପ୍ରଚାର କରାଯିବ ।

ଏହି ଯୋଜନାରେ ସାମିଲ ହେବା ପାଇଁ ଗାଁ ଠୁ ରାଜଧାନୀ ମହିଳାଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରୁ ଗଡ଼ିଛି ସୁଭଦ୍ରା ରଥ । ସୁଭଦ୍ରା ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକାମ୍ର ନିର୍ବାଚନ ମଣ୍ଡଳୀର ୫୪ ନମ୍ବର ୱାର୍ଡରେ ବିଧାୟକ ବାବୁ ସିଂ ସୁଭଦ୍ରା ସଚେତନ ରଥର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡ଼େ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ସୁଭଦ୍ରା ଯୋଜନା ସରକାରଙ୍କ ଏୈତିହାସିକ ଯୋଜନା ଏଥିରେ ମହିଳାମାନେ ସ୍ବାବାଲମ୍ବି ହୋଇପାରିବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ । ସେପଟେବିଜେଡି କିନ୍ତୁ ଯୋଜନାକୁ ନେଇ ଉଠାଇଛି ପ୍ରଶ୍ନ। ସେପଟେ ଗାଇଲାଇନ ଜାରି ହେବା ପରେ ସୁଭଦ୍ରା ଯୋଜନାର ପଞ୍ଜିକରଣ,ଫର୍ମ ବିତରଣ ଜାରି ରହିଛି।

ସୁଭଦ୍ରା ସହାୟତା ଉପଲବ୍ଧି ହେବ ଆହୁରି ସହଜ ହୋଇଛି। ଡାକ ବିଭାଗ ବ୍ୟାଙ୍କ ଆକାଉଣ୍ଟରେ ବି ମିଳିବ ସୁଭଦ୍ରା ପ୍ରୋତ୍ସାହନ ରାଶି । ଓଡ଼ିଶା ଡାକ ପରିମଣ୍ଡଳ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଜରିଆରେ ଡାକ ବିଭାଗ ଏହି ସେବା ଯୋଗାଇବ ।ସମସ୍ତ ୮୯୧୨ ଡାକ ଘର ଆକ୍ସେସ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଏବଂ ୯୫୦୦ ଡାକ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବିସ୍ତୃତ ପରିସୀମା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ନିର୍ଭରଯୋଗ୍ୟ ତଥା ସହଜ ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ । ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ସବୁ ବିଭାଗ କାର୍ଯ୍ୟାଳୟରେ LED ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ ।ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ୍ ଲାଇନ୍ । ୧୫ ତାରିଖରୁ ସବୁ ବିଭାଗର ସୋସିଆଲ ମିଡିଆ ପେଜର ପ୍ରୋଫାଇଲ୍ ପିକ୍ଚର୍ ରେ ଲାଗିବ ସୁଭଦ୍ରା ଲୋଗୋ । ମହିଳା ସ୍ବବାଲମ୍ବୀ କରିବା ସହ ଆଗକୁ ବାଟ ଦେଖାଇବ ସୁଭଦ୍ରା,ଆଗେଇବ ଓଡ଼ିଶା ଆଗେଇବ ନାରୀ ଶକ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Subhadra at home, enthusiasm throughout the state | Argus News