ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର : ଜାଣନ୍ତୁ କାହାକୁ ମିଳିବ, କିଏ ପାଇବନି ?

Key Points
- ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର
- ୨୧ରୁ ଅଧିକ ୬୦ ବର୍ଷରୁ କମ୍ ମହିଳା କରିପାରିବେ ଆବେଦନ
ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନାର ଲାଭ କେମିତି ପାଇବେ ? ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଲା ଗାଇଡ୍ ଲାଇନ୍ । କେମିତି ଓ କେଉଁମାନେ ଏହି ଯୋଜନାରେ ଲାଭ ପାଇବେ ସେନେଇ ସବିଶେଷ ତଥ୍ୟ ଦିଆଯାଇଛି । ରାଜ୍ୟ ସରାକରଙ୍କ ପକ୍ଷରୁ 'ସୁଭଦ୍ରା' ଗାଇଡ୍ଲାଇନ୍ ଜାରି ହୋଇଛି । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା ଯୋଜନା’ ପାଇଁ ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଏହି ଯୋଜନାରେ ପାଇବାକୁ ଥିବା ଆବେଦନରେ ଗ୍ରହଣ କରାଯିବ ବୋଲି ସୂଚନା ଜାରି ହୋଇଛି ।
ସୁଭଦ୍ରା ଯୋଜନାକୁ ନେଇ ପୂର୍ବରୁ ଏସ୍ଓପି ଆସିଥିଲା, ହେଲେ ଆଜି ସଂପୂର୍ଣ୍ଣ ବିବରଣୀ ଆସିଛି । ଗାଇଡ୍ଲାଇନ ଅନୁସାରେ, ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ ହୋଇଥିବା ଦରକାର । ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବା ଦରକାର । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବା ମଧ୍ୟ ଦରକାର । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ଏହି ଯୋଜନାର ଲାଭ ।
କିଏ ପାଇବେନି ଯୋଜନାର ଫାଇଦା ?
ସୁଭଦ୍ରା ଯୋଜନାରେ ରାଜ୍ୟର କୋଟିଏରୁ ଅଧିକ ମହିଳା ଲାଭାର୍ଥୀ ହେବେ । ହେଲେ କେଉଁମାନେ ଯୋଜନା ଲାଭ ପାଇବେ ନାହିଁ ତାହା ବି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।
📱 Get Argus News App
✨-୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ।
-ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।
-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି ।
-ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା ।
-ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।
-କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍ସନ୍ ପାଉଥିଲେ ମିଳିବନି
-ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ