ବିଜେଡିର ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିଦେଇଛି 'ସୁଭଦ୍ରା' !

Key Points
ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଏକ ନମ୍ବର ହୋଇଛି ଓଡିଶା ।
ମହିଳାଙ୍କୁ ସଶକ୍ତ କରିବାରେ ସୁଭଦ୍ରା ସହାୟକ ହୋଇଛି ।
ବର୍ଷ ପୂର୍ତ୍ତିରେ ବିଜେପି କଲା ମହିଳା ଶକ୍ତି ପ୍ରଦର୍ଶନ । କିନ୍ତୁ ବିଜେଡି କାହିଁକି ଦେଖାଇଲା ନିଜର ମହିଳା ଶକ୍ତି । ୨୦୦୯ ନିର୍ବାଚନ ଥିଲା ଟର୍ଣ୍ଣିଂ ପଏଣ୍ଟ । ୨୦୦୯, ୧୪, ୧୯ରେ ବିଜେଡିର ବିଜୟ ପଛରେ ଥିଲେ ମହିଳା । ୨୪ରେ ସୁଭଦ୍ରା ଭାଙ୍ଗିଲା ବିଜେଡିର ମହିଳା ଦୁର୍ଗ । ବିଜେପିର ମହିଳା ଶକ୍ତି ବଳୀୟାନ ହେଲେ, ବିଜେଡିର ରାଜନୈତିକ ରାସ୍ତା ହେବ କି କଣ୍ଟକିତ ?
ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ମୁଖ୍ୟ ସୂତ୍ରଧାର ହେବେ ମହିଳା । ମହିଳାଙ୍କୁ ଅଧିକ ସଶକ୍ତ ଓ ସ୍ବାବଲମ୍ବୀ କରିବାରେ ସୁଭଦ୍ରା ସାଜିଛି ବୁଷ୍ଟର ଡୋଜ୍ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଟକରେ ଆୟୋଜିତ ନାରୀ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାର ଲାଗୁ କରିଥିବା ଯୋଜନା ସଂପର୍କରେ କହିଥିଲେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ।
ସେହିପରି ଲକ୍ଷପତି ଦିଦି ସୃଷ୍ଚି କରିବାରେ ସୁଭଦ୍ରାର ଭୂମିକା କହିବା ବେଳେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ରାକ୍ଷୀ ପୂର୍ଣିମାରେ ପୁଣି ଏକ କୋଟି ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଲେଖାଁଏ ଟଙ୍କା ।
ଗୋଟିଏ ପଟେ କଟକରେ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ମହିଳା ସମାବେଶର ଆୟୋଜନ ହୋଇଥିବା ବେଳେ ସେହି ସମାନ ସମୟରେ ଯାଜପୁରରେ ମହିଳାଙ୍କୁ ଏକାଠି କରି ସମାବେଶ କରିଥିଲା ବିଜେଡି । ୨୦୦୯ରୁ ୧୯ ଯାଏ ବିଜେଡିର ବିଜୟ ପଛରେ ଥିଲେ ମହିଳା ଶକ୍ତି । ହେଲେ ୨୪ ନିର୍ବାଚନରେ ସୁଭଦ୍ରା ଭାଙ୍ଗି ଦେଇଥିଲା ବିଜେଡିର ମହିଳା ଭୋଟ ବ୍ୟାଙ୍କ । ମହିଳା ଶକ୍ତି ମୁହଁ ଫେରାଇବା ପରେ ଏବେ କଣ୍ଟକିତ ହୋଇଛି ବିଜେଡିର ରାଜନୈତିକ ରାସ୍ତା ।
ଏହା ଭିତରେ ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଏକ ନମ୍ବର ହୋଇଛି ଓଡିଶା । ମହିଳାଙ୍କୁ ସଶକ୍ତ କରିବାରେ ସୁଭଦ୍ରା ସହାୟକ ହୋଇଛି ବୋଲି ସରକାର କହୁଥିବା ବେଳେ ସରକାରଙ୍କ ବିଫଳତାର ତାଲିକା ଧରି ସଭା କରିବା ଯୋଜନାରେ ବିରୋଧୀ । ତେବେ ବସ ଫେଲ ପରେ ବିଜେଡି କରୁଛି କି ବୃଥା ଉଦ୍ୟମ ?