Videos
|
Odisha

ଜାଣନ୍ତୁ ଏପ୍ରିଲ ୨୨ ରେ କାହାକୁ ମିଳିବ ସୁଭଦ୍ରା କିସ୍ତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜାଣନ୍ତୁ ଏପ୍ରିଲ ୨୨ ରେ କାହାକୁ ମିଳିବ ସୁଭଦ୍ରା କିସ୍ତି

ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ପୁଣି ଏପ୍ରିଲ ୨୨ ରେ ଆସିବ ସୁଭଦ୍ରା ଟାଙ୍କା। ୨୨ ଓ ୨୩ ତାରିଖରେ ଟଙ୍କା ପ୍ରଦାନ କରାଯିବ। ବାଦ୍ ପଡ଼ିଥିବା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ତାଙ୍କୁ ଟଙ୍କା ପ୍ରଦାନ କରାଯିବ। ଜିଲ୍ଲା ୱାରି ଆବେଦନର ସର୍ଭେ କରାଯିବ। ଜିଲ୍ଲାରୁ ରିପୋର୍ଟ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ କରାଯାଇ ତୃତୀୟ କିସ୍ତି ଦିଆଯିବ।


ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ । ଏଥିସହ ସହ ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହେଇ ଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକା ରୁ କଟି ଯାଇଛନ୍ତି। ହିତାଧିକାରୀ ମାନେ କିଛି ଲୋନ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏକ କୋଟି ହିତାଧିକାରୀ ହେଇଯାଇଥିବାରୁ ବର୍ତ୍ତମାନ ଆଉ ନୂଆ ଆବେଦନ କରିପାରିବେନି। ରିଜେକ୍ଟ ଲିଷ୍ଟର ସର୍ଭେ କରାଯାଇ ବଂଚିତ ହିତାଧିକାରୀଙ୍କ ତୃତୀୟ କିସ୍ତି ଦିଆଯିବା ନେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତ ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ମହିଳାଙ୍କ ଆକାଉଣ୍ଟକୁ ଆସିଥିଲା ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା। ବ୍ରହ୍ମପୁର ଆମ୍ବପୁଆ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରିଥିଲେ। ଏହା ପୂର୍ବରୁ ୬ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଟଙ୍କା ପାଇଥିଲେ ରାଜ୍ୟର ୨ଲକ୍ଷ ୩୦ହଜାରରୁ ଅଧିକ ହିତାଧିକାରୀ ।

Subhadra installment to come on April 22 | Argus News