Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବେଶୀ ରିଜେକ୍ସନ୍

Odisha

ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବେଶୀ ରିଜେକ୍ସନ୍

Smruti Parija
Browse all articles by Smruti Parija
·1 year ago·1 min read
ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବେଶୀ ରିଜେକ୍ସନ୍

ଭୁବନେଶ୍ୱର: 15 ଦିନ ଭିତରେ ସରିବ`ସୁଭଦ୍ରା' ରିଜେକ୍ସନ୍ ଯାଞ୍ଚ । ଅଧିକ ରିଜେକ୍ସନ୍ ସ୍ଥାନକୁ ଗୁରୁତ୍ବ ଦେଉଛି ବିଭାଗ । ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ରିଜେକ୍ସନ୍ ଅଧିକ ରହିଛି । ପ୍ରଥମେ ମାଲକାନଗିରି ଜିଲ୍ଲାର ଦୁଇଟି ପଞ୍ଚାୟତରେ ଟିମ୍ ପହଞ୍ଚି CDPOଙ୍କ ଦାୟିତ୍ବରେ ଭେରିଫିକେସନ୍ ଚାଲିଛି । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ଏଣୁ ସେଗୁଡିକ ଭେରିଫିକେସନ ହେଉଛି । 

ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ ସେମାନଙ୍କର ସର୍ଭର ଡାଉନ ପାଇଁ ଅଟକିଥିଲା। ହୁଏତ ଦ୍ବିତୀୟ ଥର ଆବେଦନ କରିନାହାନ୍ତି, ଏଣୁ ରିଜେକ୍ସନ୍ ଅଧିକ ହୋଇଛି । ପ୍ରତି ଜିଲ୍ଲାରେ 5 ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା କୋଟିଏ 6 ଲକ୍ଷ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । 22 ପ୍ରତିଶତ ଭେରିଫିକେସନ ହୋଇଛି ବାକି ଜାରି ରହିଛି । ଯେଉଁମାନଙ୍କୁ 21 ପୁରିଲା ସେମାନେ ବି ଆବେଦନ କଲେ ସୁଭଦ୍ରା ସହାୟତା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
subhadra-rejection-varification-to-be-complited-in-15-days | Argus News