Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Scheme / ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

Rashmita Mishra
Browse all articles by Rashmita Mishra
·5 months ago·2 min read
୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା
Subhadra Scheme

Key Points

୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିଲା ଆସିଲା ସୁଭଦ୍ରା ଟଙ୍କା ।
୧ ଲକ୍ଷ ୭୮ ହଜାର ୩୯୮ ଜଣ ପାଇଲେ ପ୍ରଥମ କିସ୍ତି ।
ସୁଭଦ୍ରା ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଛି । ପ୍ରଥମ ଓ ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି ।

ତେବେ ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ଖୁସିର କଥା ଯେ ବାଦ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନାନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ । ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ । ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ।

ଏହି ଯୋଜନାରେ ପ୍ରତିବର୍ଷ ୧୦ ହଜାର ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହୋଇଛନ୍ତି । ସେହି ମହିଳାମାନଙ୍କୁ ଆଜି ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।

ଏହି କ୍ରମରେ ଚଳିତ ଥର ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ହିତାଧିକାରୀ ଓ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ ୨ ଲକ୍ଷ ୮୦ ହଜାର ହିତାଧିକାରୀ ସାମିଲ ଅଛନ୍ତି । ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇଛନ୍ତି ପ୍ରଥମ କିସ୍ତି ଅର୍ଥ । ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Scheme | Subhadra Scheme Amount Credited to 4.57 Lakh Women Accounts | Argus News