Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ଆସିବ ସୁଭଦ୍ରା ଟଙ୍କା

Smruti Parija
Browse all articles by Smruti Parija
·1 year ago·2 min read
କାଲି ଆସିବ ସୁଭଦ୍ରା ଟଙ୍କା

Key Points

  •  କାଲି ଆସିବ ସୁଭଦ୍ରା ଟଙ୍କା
  • ଗାଁ ଗାଁରେ, ଘରେ ଘରେ ସୁଭଦ୍ରା ଉତ୍ସାହ
  • ମା ସୁଭଦ୍ରାଙ୍କ କ୍ଷେତ୍ର ବାରିପଦାରେ ବଡ ଆୟୋଜନ
  • କାଲି ୧୨ଟା ପୂର୍ବରୁ ୫ ହଜାର ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ
  • ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
  • ପୂଜା ପୂର୍ବରୁ ମାର୍କେଟରେ ନୂଆ ଉତ୍ସାହ ଆଣିଦେବ ସୁଭଦ୍ରା

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାରେ ରେଜିଷ୍ଟ୍ରେସନ କଲେଣି ୧ କୋଟିରୁ ଉର୍ଦ୍ଧ୍ଵ ମହିଳା । ବୁଧବାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଆସନ୍ତା କାଲି ବାରିପଦାରେ ୧୨ଟା ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । କାଲି ୩୫ ଲକ୍ଷରୁ ଉର୍ଦ୍ଧ୍ଵ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । 
ଇତିହାସରେ ପ୍ରଥମ ଥର ମାସେ ଭିତରେ ୧ କୋଟିରୁ ଅଧିକ ମହିଳା ଘରୁ ବାହାରି କୌଣସି ଯୋଜନାରେ ନିଜେ ରେଜିଷ୍ଟ୍ରେସନ କରିଛନ୍ତି । 

 ସୁଭଦ୍ରା ସହରରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଚଳଚଞ୍ଚଳ ବାରିପଦା ସହର, ଉତ୍ସାହିତ ମହିଳା । ପ୍ରଥମ ପର୍ଯ୍ୟାୟ ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀଙ୍କ ପଠାଇଥିବା ବେଳେ  ଦ୍ଵିତୀୟ ପର୍ଯ୍ୟାୟରେ ମହିଳାଙ୍କୁ ବାରିପଦାରୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଛଉ ପଡିଆରେ ଚୂଡାନ୍ତ ପର୍ଯ୍ୟାୟରେ ସୁଭଦ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତି । ଆସନ୍ତାକାଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ତେଣୁ ବାରପଦାରେ ପହଞ୍ଚି ପ୍ରଥମେ ମୁଖ୍ୟମନ୍ତ୍ରୀ ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଠାରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତାପରେ ଛଉ ପଡିଆରେ ଠାରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ ।

ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
subhadra-scheme-Chief Minister will send 5 thousand rupees before 12:00 tomorrow | Argus News