Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍‌ 

Smruti Parija
Browse all articles by Smruti Parija
·1 year ago·2 min read
କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍‌ 

Key Points

  • ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର
  • ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍‌‌ ପାଇଁ ଦେଲେ ପରାମର୍ଶ
  • କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍‌ 
  • ଅଙ୍ଗନବାଡ଼ି କର୍ମୀ ଗାଁକୁ ଯାଇ କରିବେ ଭେରିଫିକେସନ
  • ସରକାରଙ୍କ ଲକ୍ଷ୍ୟ, ୧ କୋଟି ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ 

ଅର୍ଗସ ବ୍ୟୁରୋ: ସୁଭଦ୍ରା ପାଇଁ ଆବେଦନ କରିଥିବା ମହିଳା, ଯାହାଙ୍କୁ ଏଯାଏ ଟଙ୍କା ମିଳିନାହିଁ, ସେମାନଙ୍କୁ ଚିନ୍ତା କରିବାର ନାହିଁ । କାରଣ ଯେଉଁମାନଙ୍କର ରିଜେକ୍ଟ ହୋଇଛି ବା ଅନ୍ୟ କୌଣସି ସମସ୍ୟା ଅଛି ତାହାର କାରଣ ଖୋଜିବ ଟିମ୍‌ । ଏହାସହ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ ପାଇଁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 
ସୁଭଦ୍ରା ଯୋଜନାରେ 2 ଲକ୍ଷ 67 ହଜାର ରିଜେକ୍ସନ ତାଲିକା ବିଭିନ୍ନ ବ୍ଲକକୁ ଯାଇଛି  । ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ସହ ଲିଙ୍କେଜ ହୋଇନି । ବ୍ୟାଙ୍କ ଆକାଉଣ୍ଟ- ଆଧାର- ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ । ଯାହାର ୨-୩ଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି । ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁକୁ ଯିବ ଟିମ୍‌ । ଅଙ୍ଗନବାଡ଼ି କର୍ମୀ ଗାଁକୁ ଯାଇ କରିବେ ଭେରିଫିକେସନ । ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତୃତୀୟ ପର୍ଯ୍ୟାୟର ୨୦ ଲକ୍ଷକୁ ମିଶାଇ ଏହି ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛନ୍ତି । ସେହିପରି ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ସହ ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ତେବେ ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳା ମାନଙ୍କୁ ନୂଆ ପରିଚୟ ଦେଇଛି । 

କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା । ରାଜ୍ୟରେ ପୂର୍ବରୁ ଏକ ସଙ୍ଗରେ ଏତେ ସଂଖ୍ୟକ ମହିଳାଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦେବା ଭଳି କୌଣସି ଯୋଜନା ହୋଇନଥିଲା । ମହିଳାଙ୍କୁ ସଶକ୍ତ, ସମୃଦ୍ଧ ଓ ସ୍ବାବଲମ୍ବୀ କରିବାର ନାରା ଦେଇ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
subhadra-scheme-If anyone misses, the team will go to the village after the 24th-november | Argus News