Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Scheme / ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା ଚେକ୍ କରନ୍ତୁ...

Rashmita Mishra
Browse all articles by Rashmita Mishra
·4 months ago·2 min read
ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା ଚେକ୍ କରନ୍ତୁ...
Subhadra Scheme

Key Points

ଚେକ୍ କରନ୍ତୁ ଆସିଲା ଟଙ୍କା 
ଆକାଉଣ୍ଟ୍ ଦେଖନ୍ତୁ ଆସିଲା ସୁଭଦ୍ରା ଟଙ୍କା 

ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ଆନ୍ତର୍ଜାତିକ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଦେଲେ ରାଜ୍ୟ ସରକାର । ଏହାଦ୍ଵାରା ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଏଥିପାଇଁ ପୁରୀ ତାଳବଣିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୫ ହଜାର କୋଟିରୁ ଅଧିକ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏଥର ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଛନ୍ତି । ଏହା ବାଦ ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ବି ଯୋଜନାର ଲାଭ ପାଇବେ ।

ସୁଭଦ୍ରା ଯୋଜନା ୧୭ ସେପ୍ଟେମ୍ବର, ୨୦୨୪ ରେ ଆରମ୍ଭ ହୋଇଥିଲା। ଶକ୍ତି ଏବଂ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରୁ ଏହାର ନାମ ନିଆଯାଇଛି। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚିସାରିଛି। ତିନୋଟି କିସ୍ତିରେ ୧ କୋଟିରୁ ଅଧିକ ହିତାଧିକାରୀ ମୋଟ ୧୫,୦୦୦ ଟଙ୍କା ପାଇସାରିଛନ୍ତି ।

ସୁଭଦ୍ରା ଯୋଜନା ଅଧିନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ଯେଉଁ ମହିଳାମାନେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୧ ବର୍ଷ ବୟସରେ ପହଞ୍ଚିଛନ୍ତି, ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ, ତେବେ ସେମାନେ ୮ ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ ।

ଏହା ସହିତ ପୁନଶ୍ଚ ଭେରଫିକେସନ ବେଳେ ଯେଉଁମାନେ ଯୋଗ୍ୟ ଥିବା ଜଣାପଡିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର । ସେମାନେ ମଧ୍ୟ ୪ର୍ଥ କିସ୍ତି ଟଙ୍କା ପାଇବେ । ତେବେ ନୂଆ ହିତାଧିକାରୀ ଆବେଦନ କରିଥିବା ହିତାଧିକାରୀ ବି ସୁଭଦ୍ରା କିସ୍ତି ପାଇବେ ।

ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନାର ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର । ଏହି ଯୋଜନା ବେଶ୍‌ ଲୋକାଭିମୁଖି ମଧ୍ୟ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Scheme | Check Your Account: Subhadra Scheme Money Credited to Beneficiaries | Argus News