Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Subhadra Scheme: ଜିଇଁ ଥାଉ ଥାଉ ମାରିଦେଲା ସୁଭଦ୍ରା ପୋର୍ଟାଲ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Subhadra Scheme: ଜିଇଁ ଥାଉ ଥାଉ ମାରିଦେଲା ସୁଭଦ୍ରା ପୋର୍ଟାଲ

Key Points

ସୁଭଦ୍ରା ଟଙ୍କାରୁ ବଂଚିତ ଯୋଗ୍ୟ ହିତାଧିକାରୀ
ପୁରୀରେ ୨୨୬, ପୁରା ରାଜ୍ୟରେ ୧୭୦୦
ଉପମୁଖ୍ୟମନ୍ତ୍ରୀ କହିଲେ, ଯାଞ୍ଚ ପରେ ପୁଣି ମିଳିବ କିସ୍ତି

ସୁଭଦ୍ରା ପୋର୍ଟାଲରେ ଜୀବିତ ମହିଳା ମୃତ । ସୁଭଦ୍ରା ଟଙ୍କାରୁ ବଂଚିତ ହେଲେ ଯୋଗ୍ୟ ହିତାଧିକାରୀ । ପୁରୀରେ ୨୨୬, ପୁରା ରାଜ୍ୟରେ ୧୭୦୦ ମହିଳା ବାଦ୍ ପଡିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ, ଯାଞ୍ଚ ପରେ ପୁଣି ମିଳିବ କିସ୍ତି ।

ସୁଭଦ୍ରା ପୋର୍ଟାଲରେ ସାମାକୁ ଆସିଲା ବଡ଼ ତ୍ରୁଟି ! ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ଦେଲା ସୁଭଦ୍ରା ପୋର୍ଟାଲ। ଇ-କେଓ୍ବାସି ସମୟରେ ହୋଇଥିବା ତ୍ରୁଟି ଯୋଗୁ ଜୀବିତ ଥିବା ମହିଳାଙ୍କୁ ମୃତ ଦର୍ଶାଇ କାଟି ଦିଆଯାଇଛି କିସ୍ତି ଟଙ୍କା । କେବଳ ପୁରୀ ଜିଲ୍ଲାରେ ଏମିତି ୨୨୬ ମହିଳା ହିତାଧିକାରୀ ପଡ଼ିଛନ୍ତି ବାଦ ।
ବ୍ରହ୍ମଗିରି ରେବଣା ନୂଆଗାଁ ପଞ୍ଚାୟତ ହାତିଆ ଗାଁର ମାମିନା ପୂଜାରୀ । ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ହେଲେ ଦୀତୀୟ କିସ୍ତି ଟଙ୍କା ଆସିଲା ନାହିଁ । ବୁଝୁ ବୁଝୁ ଜଣାପଡ଼ିଲା ପୋର୍ଟାଲରେ ତାଙ୍କ ନାଁ ପାଖରେ ଲେଖାଯାଇଛି ସେ ଆଉ ନାହାଁନ୍ତି ।

ସମାନ କଥା ହୋଇଛି ଗଡ଼ରୋଡ଼ଙ୍ଗ ପଞ୍ଚାୟତ ହାଣ୍ଡିଆଳି ଗ୍ରାମର ନର୍ମଦା ପରିଡ଼ାଙ୍କ କ୍ଷେତ୍ରରେ । ଜୀବିତ ଥାଇ ମଧ୍ୟ ତାଙ୍କୁ ମଧ୍ୟ ମୃତ ଦର୍ଶାଇ ଦେଇଛି ସୁଭଦ୍ରା ପୋର୍ଟାଲ। ଦୁହେଁ ଏନେଇ ସୁଭଦ୍ରା ହେଲପ ଡେସ୍କରେ ଅଭିଯୋଗ କରିଥିଲେ ବି ଲାଭ କିଛି ହୋଇନି ।

ପୁରୀ ଜିଲ୍ଲାରେ ୨୨୬ ଜଣ ମହିଳା ଜୀବିତ ଥାଇ ମଧ୍ୟ ମୃତ ଦର୍ଶାଇ ଅର୍ଥରାଶି ବନ୍ଦ କରାଯାଇଛି । ସତ୍ୟବାଦୀ ବ୍ଲକରେ ୩୧ ବ୍ରହ୍ମଗିରି ବ୍ଲକରେ ୨୪ ଜଣ ଭଳି ଅନ୍ୟ ବ୍ଲକରେ ମଧ୍ୟ ଅନେକ ଜୀବିତ ମହିଳାଙ୍କୁ ମୃତ ଦର୍ଶଇଛି ସୁଭଦ୍ରା ପୋର୍ଟାଲ। ସୁଭଦ୍ରା ଯୋଜନାର ବ୍ୟତିକ୍ରମ କଥା ଉପମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯାଞ୍ଚ ପରେ ସବୁ ଯୋଗ୍ୟ ଟଙ୍କା ପାଇବେ । ଅଗଷ୍ଟ ୧୫ ପରେ ଗାଁକୁ ଯାଇ ଅଙ୍ଗନବାଡ଼ି କର୍ମୀ ସର୍ଭେ କରିବେ ।

ଇ-କେଓ୍ବାଇସିରେ ତୃଟି କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ୍ୟ ହିତାଧିକାରୀ ସୁଭଦ୍ରାରୁ ପଡିଛନ୍ତି ବାଦ । ଏମିତିକି ବଂଚି ଥାଉ ଥାଉ ତାଙ୍କୁ ପୋର୍ଟାଲରେ ମୃତ ଦର୍ଶାଯାଇଛି । ଏବେ ନଜର କେତେ ଶିଘ୍ର ତ୍ରୁଟି ସୁଧାରି ଏହି ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ଦେଉଛନ୍ତି ସରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Scheme: Many Women Declared Dead Despite Being Alive on Portal | Argus News